Latest Odisha News

BREAKING NEWS

ଜମ୍ମୁ ଓ କଶ୍ମୀରର ବାରମୂଲାରେ ଫୁଟିଲା ଗୁଳି, ଜଣେ ଆତଙ୍କୀ ନିପାତ

ଶ୍ରୀନଗର : ଅଶାନ୍ତ ଜାମ୍ମୁ ଓ କାଶ୍ମୀର। ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ।

ଆଜି ସକାଳୁ ସକାଳୁ ଜମ୍ମୁ ଓ କାଶ୍ମୀରର ବାରମୁଲ୍ଲା ଓ ରଜୌରୀରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିବିନିମୟରେ ଜଣେ ଆାତଙ୍କୀ ନିହତ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ । ସୁରକ୍ଷାକର୍ମୀ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, ବାରମୁଲ୍ଲା  ଜିଲ୍ଲା ଅନ୍ତର୍ଗତ କୁଞ୍ଜେର୍‌ ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ଥିବା ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀ ଗୁଳି ଚାଳନା କରିଥିଲେ । ତେବେ ଏହାର ପାଲଟା ଆକ୍ରମଣରେ ଜଣେ ଆତଙ୍କୀ ନିହତ ହୋଇଛନ୍ତି । ଏନେଇ କାଶ୍ମୀର ଜୋନ୍‌ ପୋଲିସ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ବାରମୂଳା ‘ଏସ୍‌ଏସ୍‌ପି’ ଆମୋଦ ଅଶୋକ ନାଗପୁରେ ଟ୍ୱିଟ୍‌ କରି କହିଛନ୍ତି ଯେ, ଏନ୍‌କାଉଣ୍ଟର୍‌ରେ ‘ଲଶ୍କର୍‌-ଏ-ତୈବା’ର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସେଠାରେ ଆତଙ୍କବାଦୀ ଥିବା ସୂଚନା ମିଳିଥିଲା। ତେଣୁ, ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅପରେସନ୍‌ ଆରମ୍ଭ କରାଗଲା। ପ୍ରଥମେ ଆମ ଆଡ଼କୁ ଗୁଳି ଚାଳନା ହେବାରୁ ଆମେ ପାଲଟା ଗୁଳି ଚଳାଇଲୁ। ଆମ ଗୁଳିରେ ‘ଲଶ୍କର୍‌-ଏ-ତୈବା’ର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ‘ଜି୨୦ ଶିଖର ସମ୍ମିଳନୀ’ ଥିବାରୁ ଆମ ଯବାନମାନେ ସଜାଗ ଅଛନ୍ତି। ସେମାନେ ଆତଙ୍କବାଦୀମାନଙ୍କୁ ନିପାତ କରୁଥିବାରୁ ସଫଳତାର ସହିତ ‘ଜି୨୦ ଶିଖର ସମ୍ମଳନୀ’ ଆୟୋଜନ କରାଯିବ। ଏହା ହେଉଛି ଗତ ୪୮ ଘଣ୍ଟା ମଧ୍ୟରେ ବାରମୂଳାରେ ଦ୍ବିତୀୟ ଏନ୍‌କାଉଣ୍ଟର୍‌ ।

Leave A Reply

Your email address will not be published.