Latest Odisha News

BREAKING NEWS

ବସରେ ସିରିଡି ଦର୍ଶନ ପାଇଁ ଯାଉଥିଲେ, ପିଟିଦେଲା ଟ୍ରକ; ୧୦ ମୃତ

ମହାରାଷ୍ଟ୍ର: ଆଜି ସକାଳୁ ନାସିକ-ଶିରିଡି ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଶିରିଡି ଦର୍ଶନ ପାଇଁ ଭକ୍ତଙ୍କୁ ନେଇ ଯାଉଥିବା ବସଟି  ଶିରିଡି ରାଜପଥର ପାଥେର ନିକଟରେ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ରେ ପ୍ରାୟ ୪୫ ରୁ ୫୦ ଜଣ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାଯାଇଛି ।  ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ୩ ଜଣ ପୁରୁଷ ଥିଲେ। ଆହତମାନଙ୍କୁ ସାଇବାବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେତେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଯାଞ୍ଚ କରୁଛନ୍ତି।

ବସଟି ମୁମ୍ବାଇର ଅମ୍ବରନାଥରୁ ଯାତ୍ରୀ ନେଇ ଶିରିଡି ପରିଦର୍ଶନରେ ଯାଉଥିଲା। ଏହି ସମୟରେ ସିନ୍ନର-ଶିରିଡି ରାଜପଥରେ ପାଥର ଗ୍ରାମ ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।  । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶୋକ ଜଣାଇବା ସହ ମୃତକଙ୍କ ପରିବାରକୁ ୫ଲକ୍ଷ୍ୟ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି  ।

 

Leave A Reply

Your email address will not be published.