Latest Odisha News

BREAKING NEWS

ଏଠାରେ ଚିକେନ ୩୨୫, ଆଉ ପିଆଜ ୯୦୦

ମାନିଲା: ଫିଲିପାଇନ୍ସରେ ପିଆଜ ମିଳୁନି । ଏହାର ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି । ଏପରିକି ଚିକେନ ମୂଲ୍ୟଠାରୁ ଏହା ୩ଗୁଣ ଅଧିକ ଦାମ ହୋଇଛି । ଚିକେନ ମୂଲ୍ୟ ଫିଲିପାଇନ୍ସରେ ୩୨୫ ଟଙ୍କା ହୋଇଥିବା ବେଳେ ପିଆଜ ଦର ୯୦୦ ଛୁଇଁଛି । ଅଧିକ ଚାହିଦା ଯୋଗୁ ପିଆଜର ଚୋରା କାରୋବାର ମଧ୍ୟ ଆରମ୍ଭ ହୋଇଯାଇଛି । ସିଏନଏନ ଖବର ମୁତାବକ ଚୀନରୁ ଚୋରାରେ ପିଆଜ ଫିଲିପାଇନ୍ସକୁ ଅଣାଯାଇଛି । ସପ୍ତାହକ ମଧ୍ୟରେ ୭କୋଟି ଟଙ୍କାର ପିଆଜ କଷ୍ଟମ ବିଭାଗ ଦ୍ୱାରା ଜବତ କରାଯାଇଛି । ଜବତ କରାଯାଇଥିବା ପିଆଜକୁ ବିକ୍ରି କରିବା ପାଇଁ ଯୋଜନା କରାଯାଉଛି । ଏହା ଦ୍ୱାରା ପିଆଜର ଅଭାବ କିଛି ମାତ୍ରାରେ ପୂରଣ କରାଯାଇ ପାରିବ ବୋଲି ରାଷ୍ଟ୍ରପତି ଫର୍ଡିନେଣ୍ଡ ମାର୍କୋସ ଜୁନିୟର କହିଛନ୍ତି ।

ଫିଲିପାଇନ୍ସରେ ପ୍ରତ୍ୟେକ ମାସରେ ୨୦ ହଜାର ମେଟ୍ରିକ ଟନ ପିଆଜର ଆବଶ୍ୟକତା ରହିଛି । ନିକଟରେ ବଡ ଧରଣର ବାତ୍ୟା ଯୋଗୁ ପିଆଜ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏଠାକାର ଇତିହାସରେ ପ୍ରଥମ ଥର ପାଇଁ ପିଆଜର ମୂଲ୍ୟ ଏତେ ମାତ୍ରାରେ ବଢ଼ିଯାଇଛି । ସରକାର ଏହାକୁ ରୋକିବା ପାଇଁ ଏକ ଟାସ୍କ ଫୋର୍ସ ମଧ୍ୟ ଗଠନ କରିଛନ୍ତି ।

Leave A Reply

Your email address will not be published.