Latest Odisha News

BREAKING NEWS

ରାଜ୍ୟର ୪ଟି ସ୍ଥାନରେ ଘାଇ, ୧୦ ଜିଲ୍ଲା ବନ୍ୟାରେ ପ୍ରଭାବିତ: SRC

ଭୁବନେଶ୍ୱର: ରାଜ୍ୟର ୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଖୋର୍ଦ୍ଧା ରାଜୁଆ ନଦୀର ପାଣ୍ଡିଆବିଲ, ସତ୍ୟବାଦୀର ମକରାରେ, ଗୋପ ବ୍ଲକ ଗଣେଶ୍ୱରପୁର ପଞ୍ଚାୟତର ଖଣ୍ଡୁଆକୁଦ ଗାଁ କୁଶଭଦ୍ରା, ରାହାମା ବ୍ଲକ ତେରମାଣପୁର ଘେରି ବନ୍ଧରେ ଘାଇ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ଜଳ ସମ୍ପଦ ବିଭାଗ କାମ କରୁଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଆଦି ୧୦ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି ।

କଟକରେ ଗତକାଲି ସନ୍ଧ୍ୟାରେ ୫୫୮ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ୧୪ରୁ ୧୫ଟି ବୋଟ୍ ଯୋଗେ ୭ ଶହରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି । ୨୦୧୧ ମସିହା ପରେ ବିଭିନ୍ନ ନଦୀରେ ଚଳିତ ବର୍ଷ ସର୍ବାଧିକ ବନ୍ୟା ଜଳ ପ୍ରବାହିତ ହେଉଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ୨୪ ଘଣ୍ଟାରେ ପାଣି ସମୁଦ୍ରରେ ପହଞ୍ଚିବା ପରେ ଜଳସ୍ତର କମିବ ।

ଏବେ ମୁଣ୍ଡଳୀରେ ଜଳସ୍ତର କମୁଛି । ହୀରାକୁଦର ଏବେ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସମ୍ଭାବ୍ୟ ଲଘୁଚାପ ନେଇ ମଧ୍ୟ ଆଲୋଚନା ହୋଇଛି । ଲଘୁଚାପ ପାଇଁ ବୈତରଣୀ ନଦୀ କୂଳର କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ବନ୍ୟାଞ୍ଚଳରେ ଜଳସ୍ତର ଖସିବା ପରେ ପ୍ରଥମେ ଟ୍ୱିବୱେଲ୍ ମରାମତି କରାଯିବ । ଗୋ-ଖାଦ୍ୟ ବନ୍ୟାଞ୍ଚଳରେ ବଣ୍ଟନ କରାଯିବ । ପାଣି ଛାଡ଼ିଲା ପରେ ରିଲିଫ୍ ଯୋଗାଇ ଦିଆଯିବ ।

Leave A Reply

Your email address will not be published.