Latest Odisha News

BREAKING NEWS

ମୋଟର ସାଇକେଲ, କାର କିମ୍ବା ଅନ୍ୟାନ୍ୟ ଯାନ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ: ଦେଶରେ ମୋଟରସାଇକେଲ, କାର କିମ୍ବା ଅନ୍ୟାନ୍ୟ ଯାନ ଚଳାଉଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର । ଖୁବ୍ ଶୀଘ୍ର ସମସ୍ତ ପୁରୁଣା ଯାନରେ ନୂଆ ନମ୍ବର ପ୍ଲେଟ୍ ଲଗାଯିବ । ଜିପିଏସ ଦ୍ୱାରା ଏହି ଯାନଗୁଡିକ ଉପରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ନଜର ରଖାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ଦେଶରେ ଟୋଲ ପ୍ଲାଜା ହଟାଇବା ପାଇଁ ସରକାର ଯୋଜନା କରୁଛନ୍ତି। ଏବେ ଏହି ନୂଆ ନିୟମ ଟୋଲ ପ୍ଲାଜା ହଟାଇବା ଦିଗରେ ଏକ ପଦକ୍ଷେପ।

ଗଡକରୀ କହିଛନ୍ତି ଯେ ନୂଆ ଯାନ ପାଇଁ ଟ୍ୟାମ୍ପର୍ ପ୍ରୁଫ୍ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚଏସଆରପିଏଶ) ର ବ୍ୟବହାର ୨୦୧୯ରୁ ଆରମ୍ଭ ହୋଇଥିଲା। ସରକାରୀ ଯାନ ସମ୍ବନ୍ଧୀୟ ସମସ୍ତ ସୂଚନା ଏହା ଦ୍ୱାରା ମିଳିପାରିବ। ଏବେ ସରକାର ପୁରୁଣା ଯାନଗୁଡ଼ିକୁ ମଧ୍ୟ ସମାନ ପ୍ଲେଟ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପରସ୍ପରଠାରୁ ୬୦ କିଲୋମିଟର ଦୂରରେ ଥିବା ଟୋଲ୍ ପ୍ଲାଜାରେ ମଧ୍ୟ ସମ୍ପୂର୍ଣ୍ଣ ଦେୟ ଦେବାକୁ ପଡିବ ନାହିଁ। ଯଦି ଆପଣ ଜାତୀୟ ରାଜପଥର ମାତ୍ର ୩୦ କିଲୋମିଟର ବ୍ୟବହାର କରନ୍ତି, ତେବେ ନୂଆ ଟେକ୍ନୋଲୋଜିର ସାହାଯ୍ୟରେ ଆପଣଙ୍କୁ କେବଳ ଅଧା ରାସ୍ତାର ମୂଲ୍ୟ ଦେୟ ଦେବେ। ଅର୍ଥାତ୍ ଯେତିକି ବ୍ୟବହାର କରିବେ ସେତିକି ଦେବେ।

ଦେଶକୁ ଶୀଘ୍ର ଟୋଲ ପ୍ଲାଜାରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି ବୋଲି ଗଡକରୀ କହିଛନ୍ତି। ସେ କହିଛନ୍ତି ଯେ ନୂଆ ନିୟମ ଦ୍ୱାରା ଯାନବାହନ ଗୁଡିକୁ ଆଉ ଅଟକିବାକୁ ପଡିବ ନାହିଁ । ପ୍ରଦୂଷଣ କମ୍ ହେବ ଏବଂ ସମୟ ବଞ୍ଚିବ। ଲୋକଙ୍କ ପାଇଁ ଲାଭଦାୟକ ହେବ। ନୂଆ ଟେକ୍ନୋଲୋଜି ସହିତ ଡ୍ରାଇଭରମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ସିଧାସଳଖ କଟାଯାଇପାରିବ।

ଗାଡକରୀ କହିଛନ୍ତି ଯେ ଭାରତରେ ପ୍ରାୟ ୯୭% ଯାନବାହାନରୁ ଫାଷ୍ଟ ଟ୍ୟାଗ୍ ଅଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ସଡକ ଭିତ୍ତିଭୂମି ଆମେରିକା ସହିତ ସମାନ ହେବ।

Leave A Reply

Your email address will not be published.