Latest Odisha News

ବିଶୋଧନ ହେବ ଭୁବନେଶ୍ୱରର ୧୦ଟି ହାଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏଥିପାଇଁ ପୁରା ରାଜଧାନୀକୁ ବିଶୋଧନ କରିବା କାମ ଆରମ୍ଭ ହୋଇଛି । ଏହି ପର୍ଯ୍ୟୟରେ ଆଜି ଭୁବନେଶ୍ୱରର ୧୦ଟି ହାଟକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଉଛି ।
ୟୁନିଟ ୧ ଡେଲି ମାର୍କେଟ, ୟୁନିଟ ୪ ମାଛ ମାର୍କେଟ, ସହିଦ ନଗର ହାଟ, ରୁଚିକା ମାର୍କେଟ, ଆଇଡି ମାର୍କେଟ, ଡମଣା ହାଟ, ୟୁନିଟ ୩ ମାର୍କେଟ, ଗଣ୍ଡମୁଣ୍ଡା ଡେଲି ମାର୍କେଟ, ବିଜେବି ନଗର ଡେଲି ମାର୍କେଟ, ମା କୋଚିଳେଇ ହାଟକୁ ସାନିଟାଇଜ କରାଯିବ । ବିଏମ୍‌ସି ଓ ଅଗ୍ନିଶମ ବିଭାଗର ଏକ ଟିମ୍ ସବୁ ହାଟରେ କ୍ଲୋରିନ୍ ଓ ରାସାୟନିକ ପାଣି ସିଂଚନ କରି ବିଶୋଧନ କରୁଛନ୍ତି । ହାଟମାନଙ୍କରେ ଅଧିକା ଲୋକଙ୍କ ସମାଗମ ହେଉଥିବାରୁ ହାଟ ସାନିଟାଇଜେଶନ କରିବାକୁ ବିଏମ୍‌ସ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.