Latest Odisha News

କ୍ୟାମ୍ପିଂରେ ଯାଉଥିଲେ ଏହି ସବୁ ଜନିଷ ସାଥିରେ ରଖନ୍ତୁ..

ଭୁବନେଶ୍ବର: ଆଜିର ଯୁବବର୍ଗ କ୍ୟାମ୍ପିଂ ଯିବା ପାଇଁ ବେଶ୍ ଉତ୍ସାହିତ । ଉତ୍ସାହିତ ହୋଇ କ୍ୟାମ୍ପିଂରେ ବାହାରୁଥିବା ଯୁବବର୍ଗ ସାଙ୍ଗରେ ଆବଶ୍ୟକୀୟ ଜିନିଷ ନ ନେଇ ବାହାରି ପଡନ୍ତି, ଖବର ଆସେ ଜଙ୍ଗଲରେ ହଜିଯାଇଛନ୍ତି ଅବା ଶୀତ ବର୍ଷାରେ ଅସୁବିଧାରେ ପଡିଛନ୍ତି । ତେଣୁ ଧ୍ୟାନ ରଖନ୍ତୁ କ୍ୟାମ୍ପିଂରେ ଯିବା ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି କରନ୍ତୁ । ତେବେ ସୁରକ୍ଷା ଓ ପ୍ରାଥମିକ ସହାୟତା ପାଇଁ ଏହି ସବୁ ଜିନଷ ସାଥିରେ ରଖନ୍ତୁ..

– ନିଆଁ ଜଳାଇବା ପାଇଁ ଲାଇଟର ସାଥିରେ ରଖନ୍ତୁ । ଅଲଗା ଅଲଗା କିଟ୍ ମଧ୍ୟ ରହିଛି ବଜାରରେ ତାହା ସାଥିରେ ରଖନ୍ତୁ ।

-ଦୌଡି ଅବା ବାନ୍ଧିବା ଭଳି ସାମଗ୍ରୀ ସାଥିରେ ରଖନ୍ତୁ ।

– ରାତି ପାଇଁ ଟର୍ଚ୍ଚ / ହେଡଲ୍ୟାମ୍ପ ସାଥିରେ ନେଇକି ଯାଆନ୍ତୁ ।

– ହାଇକିଂ / ଟ୍ରାକିଂ କରିବେ ତେବେ ଦିଗ ନିର୍ଦ୍ଧାରଣ ପାଇଁ ମ୍ୟାପ ଓ କମ୍ପାସ ସାଥିରେ ରଖନ୍ତୁ । ଜିପିଏସ୍ ଆପଣଙ୍କୁ ଜଙ୍ଗଲର ସଠିକ୍ ଅବସ୍ଥାନ ପ୍ରଦାନ କରିବ ।

-ଜରୁରୀକାଳୀନ ପରିସ୍ଥିତି ପାଇଁ ସାଥିରେ ହ୍ବିସିଲ ସାଥିରେ ରଖନ୍ତୁ । ନିଜର ଉପସ୍ଥିତି ଅନ୍ୟ ଜଣଙ୍କୁ ଜଣାଇ ପାରିବେ ।

-ଜରୁରୀ ଔଷଧ ସାଥିରେ ରଖନ୍ତୁ । ବ୍ୟାଣ୍ଡେଜ୍, ଆଣ୍ଟିସେପ୍ଟିକ ପାଖରେ ରଖନ୍ତୁ ।

-ବିଭିନ୍ନ କାମ ପାଇଁ ମଲ୍ଟି ଟୁଲ୍ ଓ ଛୁରୀ ସାଥିରେ ରଖନ୍ତୁ ।

-ଥଣ୍ଡା ସ୍ଥାନରେ କ୍ୟାମ୍ପିଂ କରୁଥିଲେ ଭଲ ଗରମ ପୋଷାକ ସାଥିରେ ରଖନ୍ତୁ । ବର୍ଷା ପାଗ ଥିଲେ ଓ୍ବାଟର ପ୍ରୁଫ ଜ୍ୟାକେଟ ସାଥିରେ ରଖନ୍ତୁ । ହାଇକିଂ ପାଇଁ ହାଇକିଂ ଜୋତା ସାଥିରେ ରଖନ୍ତୁ ।

– ଡକ୍ଟ ଟେପ୍ ( duct tape) ସାଥିରେ ରଖନ୍ତୁ । ମରାମତି କାମରେ ସାହାଯ୍ୟରେ ଆସିବ ।

Comments are closed.