Latest Odisha News

BREAKING NEWS

ଶିମଲା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ମୃତ, ଦୁଇ ଗୁରୁତର

ଶିମଲା : ହିମାଚଳ ପ୍ରଦେଶ ଅନ୍ତର୍ଗତ ଶିମଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ଜୁବଲର କୁଡୁ ଅଞ୍ଚଳରେ ଏକ ଜିପ୍ କୌଣସିବଶତଃ ଭାରସାମ୍ୟ ହରାଇ ଏକ ଖାଇକୁ ଖସିପଡିଛି ।

ଅନ୍ୟପକ୍ଷରେ ଏହି ଘଟଣାରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି । ଆହାତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସିମଲାର ରୋହରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.