Latest Odisha News

କରୋନା ଟିକାକରଣ ଅଭିଯାନ; ଏପର୍ଯ୍ୟନ୍ତ ୧୬ ଲକ୍ଷ ଲୋକଙ୍କୁ ଦିଆଗଲାଣି ଟିକା

ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ପ୍ରାୟ ୧.୬ ନିୟୁତ ଲୋକଙ୍କୁ ଟିକା ଦିଆଯାଇଛି। ଉଲ୍ଲେଖଥାଉ କି, ଭାରତରେ ମାତ୍ର ୬ ଦିନ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଯାହା ଆମେରିକା ଏବଂ ବ୍ରିଟେନ ପରି ଦେଶ ଅପେକ୍ଷା ଅଧିକ। ୧୦ ନିୟୁତ ମାର୍କରେ ପହଞ୍ଚିବା ପାଇଁ ବ୍ରିଟେନକୁ ୧୮ ଦିନ ସମୟ ଲାଗିଥିବାବେଳେ ଆମେରିକା ଏହାକୁ ପହଞ୍ଚିବାକୁ ୧୦ ଦିନ ସମୟ ନେଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ୧୫ ଲକ୍ଷ ୮୨ ହଜାର ୨୦୧ ଲୋକଙ୍କୁ ଟିକା ଦିଆଯାଇଛି।

 

Leave A Reply

Your email address will not be published.