Latest Odisha News

BREAKING NEWS

GST ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ : ୫ ଜଣ ଗିରଫ

ଜୟପୁର  : ରାଜସ୍ଥାନରେ ଏକ ଜିଏସ୍‌ଟି ଠକେଇ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି । ଏଥିରେ ଅଭିଯୁକ୍ତ ପାଖାପାଖି ୧ ହଜାର କୋଟିରୁ ଅଧିକ ଟଙ୍କାର ଜାଲ୍ ବିଲ୍ କରି ୧୪୬ କୋଟି ଟଙ୍କା ବେଆଇନ୍ ଭାବେ ଜିଏସ୍‌ଟି ରିଫଣ୍ଡ ଲୁଟି ନେଇଥିବା ଜଣାପଡିଛି ।

ସୂଚନା ଅନୁସାରେ ଜୟପୁରର ବୈଶାଳୀ ନଗର ବାସିନ୍ଦା ବିଷ୍ଣୁ ଗର୍ଗ ବିଭିନ୍ନ କମ୍ପାନୀ ଆରମ୍ଭ କରି ନକଲି ବିଲ୍ ସାହାଯ୍ୟରେ ଜିଏସ୍‌ଟି ଠକେଇ କରୁଥିଲେ । ଏନେଇ ଜିଏସ୍‌ଟି ଇଣ୍ଟେଲିଜେନ୍ସର ଡାଇରେକ୍ଟର ଜେନେରାଲ ବିଷ୍ଣୁଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ସମେତ ୫ ଜଣଙ୍କୁ ଗରିଫ କରିଛନ୍ତି ।

ଏହି ୫ ଜଣ ମିଶି ପ୍ରାୟ ୨୫ଟି କମ୍ପାନୀ କରି ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଦିଲ୍ଲୀ ଓ ମୁମ୍ୱାଇ ସମେତ ଅନ୍ୟ କିଛି ରାଜ୍ୟରେ ନିଜ ଦ୍ରବ୍ୟକୁ ବିକ୍ରି କରି ୧ ହଜାର ୪ କୋଟି ଟଙ୍କାର ନକଲି ବିଲ୍ କାଟିଥିଲେ । ଏଥି ସହିତ ୧୪୬ କୋଟି ଟଙ୍କାର ରିଫଣ୍ଡ ବି ନେଇଥିଲେ । ମାଷ୍ଟର ମାଇଣ୍ଡ ବିଷ୍ଣୁ ଗର୍ଗ ପାଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜବତ ହୋଇଥିବା ଦସ୍ତାବିଜରୁ ସେ ପାଖାପାଖି ୨ ଶହ ଫାର୍ମ ପାଇଁ ଚାଲାଣ କାଟିଥିବା ଜଣା ପଡ଼ିଛି ।

 

Leave A Reply

Your email address will not be published.