Latest Odisha News

BREAKING NEWS

ଉପର ମୁଣ୍ଡରେ ପ୍ରବଳ ବର୍ଷା, ପୁଣି ଖୋଲିଲା ହୀରାକୁଦର ୧୬ଟି ଗେଟ

ସମ୍ବଲପୁର: ଉପର ମୁଣ୍ଡାରେ ଜାରି ରହିଛି ଲଗାଣ ବର୍ଷା । ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାକୁ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ଡ୍ୟାମର ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ହୀରାକୁଦ କତୃପକ୍ଷ । ଗତକାଲି ୬ଟି ଗେଟ ଖୋଲାଯାଇଥିବା ବେଳେ ଆଜି ଆଉ ୧୬ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ୨୨ ଟି ଗେଟ ଦେଇ ବର୍ଷା ଜଳ ନିଷ୍କାସିତ ହେଉଛି ।

ସୂଚନା ଅନୁସାରେ ବର୍ଷାର ପରିମାଣ କମିବାରୁ ଗତ ଦୁଇ ଦିନ ତଳେ ହୀରାକୁଦ ସମସ୍ତ ଗେଟ ବନ୍ଦ କରିଥିଲା । କିନ୍ତୁ ଲଘୁଚାପ କାରଣରୁ ଉପର ମୁଣ୍ଡରେ ବର୍ଷାର ପରିମାଣ ପୁଣି ବଢିବାରୁ ଗତକାଲି ୬ ଟି ଗେଟ ଖୋଲା ଯାଇଥିଲା । ବାମ ପାର୍ଶ୍ଵର ୪ ଟି ଓ ଡାହାଣ ପାର୍ଶ୍ୱର ୨ ଗେଟ ଦେଇ ବର୍ଷା ଜଳ ନିଷ୍କାସନ ହେଉଥିଲା । କିନ୍ତୁ ଆଜି ହୀରାକୁଦର ଆଉ ୧୬ଟି ଗେଟ ଖୋଲାଯାଇଛି । ସକାଳେ ୧୦ଟି ଗେଟ ଖୋଲା ଯାଇଥିବା ବେଳେ ଏବେ ପରିସ୍ବଥିତିକୁ ଦେଖି ଆଉ ୬ଟି ଗେଟ ଖୋଲାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଲଭଣ୍ଡାର ମୁଖ୍ୟଯନ୍ତ୍ରୀ । ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୫୮ ହଜାର ୮୯୨ କ୍ୟୁସେକ ଜଳ ପ୍ରବେଶ କରୁଥିଲା । ସେତେବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୯.୧୦ ଫୁଟ ରହିଥିଲା ।

 

Leave A Reply

Your email address will not be published.