ଭୁବନେଶ୍ୱର: ବଢୁଛି ପାରଦ । ବଢୁଛି ତାତି । ମାର୍ଚ୍ଚରୁ ରାଜ୍ୟରେ ଅସହ୍ୟ ହେଲାଣି ଖରା । ୩୬ ଡିଗ୍ରୀ ଉପରେ ୧୦ଟି ସହରରେ ତାପମାତ୍ରା ରେକର୍ଡ ହୋଇଛି । ୩୮ ଡିଗ୍ରୀ ସହ ଟିଟଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜ୍ୟକୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ବାୟୁ ପ୍ରବାହ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ଦିନରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟାରେ ଟିଟଲାଗଡରେ ସର୍ବାଧିକ ୩୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବଲାଙ୍ଗିରରେ ୩୭.୮, ଝାରସୁଗୁଡାରେ ୩୭.୩, ଅନୁଗୋଳରେ ୩୭.୧, ସମ୍ବଲପୁରରେ ୩୬.୯, ଭୁବନେଶ୍ୱରରେ ୩୬.୬ ଓ କଟକରେ ଦିନର ତାପମାତ୍ରା ଥିଲା ୩୫.୬ ଡିଗ୍ରୀ ସେଲସିୟସ୍ ।
୩୮ ଡ଼ିଗ୍ରୀ ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର
୩୬ ଡ଼ିଗ୍ରୀ ଉପରେ ୧୦ ସହର ରେ ଦିନ ତାପମାତ୍ରା
ରାଜ୍ୟକୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ବାୟୁ ପ୍ରବାହ ଶକ୍ତିଶାଳୀ ହେବାର ସମ୍ଭାବନା ଥିବାରୁ , ଦିନ ତାପମାତ୍ରା ରେ ୩ ରୁ ୪ ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା
୧୬ ଏବଂ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା
— Meteorological Centre, Bhubaneswar (@mcbbsr) March 14, 2022
ତାତି ବଢ଼ିବା ଆଶଙ୍କା ଥିବାରୁ ୧୬ ଓ ୧୭ ତାରିଖ ପାଇଁ ହିଟଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୬ତାରିଖରେ ୩ ଜିଲ୍ଲା ବୌଦ୍ଧ, ସୋନପୁର ଓ ବଲାଙ୍ଗିରରୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୭ ତାରିଖରେ ୬ ଜିଲ୍ଲା ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ, ବୌଦ୍ଧ, ସୋନପୁର ଓ ବଲାଙ୍ଗିରରୁ ଜାରି ହୋଇଛି ୟେଲୋ ଆଲର୍ଟ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ଅଞ୍ଚଳରେ ରେକର୍ଡ ହୋଇଥିବା ପ୍ରମୁଖ ଦିନ ତାପମାତ୍ରା
ଟିଟଲାଗଡ: ୩୮ଡ଼ିଗ୍ରୀ
ବଲାଙ୍ଗୀର: ୩୭.୮ ଡ଼ିଗ୍ରୀ
ଝାରସୁଗୁଡା: ୩୭.୩ ଡ଼ିଗ୍ରୀ
ଅନୁଗୁଳ: ୩୭.୧ ଡ଼ିଗ୍ରୀ
ସମ୍ବଲପୁର: ୩୬.୯ ଡ଼ିଗ୍ରୀଭୁବନେଶ୍ୱର ୩୬.୬ ଡ଼ିଗ୍ରୀ ଏବଂ କଟକ ୩୫.୬ ଡ଼ିଗ୍ରୀ
— Meteorological Centre, Bhubaneswar (@mcbbsr) March 14, 2022
Comments are closed.