Latest Odisha News

BREAKING NEWS

କାର୍ ରେସିଂ ଶୋ’ରେ ଫୁଟିଲା ଗୁଳି; ୧୦ ରୋଡ୍‌ ରେସର ମୃତ, ୯ ଆହତ

ୱାଶିଂଟନ: ଆମେରିକାର ବନ୍ଧୁକ ଫୁଟିବା ନିତିଦିନିଆ ଘଟଣ ହୋଇଗଲାଣି। ନିକଟରେ ଏଭଳି ଅନେକ ଗୁଳିକରି ହତ୍ୟା ଘଟଣା ଘଟିଥିବା ବେଳେ ଶନିବାର ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ଶନିବାର ମେକ୍ସିକୋ ଉତ୍ତରାଞ୍ଚଳର ବାଜା କାର୍ଲିଫର୍ଣ୍ଣିଆ ଏକ କାର୍ ଶୋ’ରେ ଗୁଳିକାଣ୍ଡ ଘଟିଛି। ଏଥିରେ ୧୦ ଜଣ ରୋଡ୍‌ ରେସର(ବାଇକ୍, ସାଇକେଲ୍ ଓ କାର୍ ରେସ୍‌ କରୁଥିବା ଖେଳାଳି)ଙ୍କର ମୃତ୍ୟୁ ହୋଇଛି।

ବାଜା କାର୍ଲିଫର୍ଣ୍ଣିଆ ଷ୍ଟେଟ୍ ଆଟର୍ଣ୍ଣି ଜେନେରାଲ୍ ଅଫିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଏନସେନଣ୍ଡା ସହର ସାନ ଭାସେନ୍ତେ ଏରିଆରେ ଅଲ୍ ଟେରେନ କାର୍ ରେସିଂ ଶୋ’ରେ ଏହି ଗୁଳିକାଣ୍ଡ ଘଟିଛି। କାର୍‌ ଶୋ’ ଚାଲିଥିବା ବେଳେ ହଠାତ୍ କିଛି ଅପରାଧି ବଡ଼ ବଡ଼ ବନ୍ଧୁକ ଧରି ଏକ ମାଟିଆ କଲର କାର୍‌ ଭିତରୁ ବାହାରି ରେସ୍‌ରେ ଭାଗ ନେଇଥିବା ଖେଳାଳିମାନଙ୍କୁ ଗୁଳି କରିଥିଲେ।

ଘଟଣାରେ ତୁରନ୍ତ ଖେଳାଳିମାନଙ୍କୁ ଡାକ୍ତରଖାନା ନିଆଯାଥିଲା। ସେଠାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଏହି ମାମଲାରେ ତଦନ୍ତ ପାଇଁ ସ୍ୱତନ୍ତ୍ର କମିଶନ ଗଠନ କରାଯାଇଛି ବୋଲି ମେୟର ଆର୍ମାଣ୍ଡୋ ଆୟଲା ରବ୍ଲେସ କହିଛନ୍ତି।

ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଅପରାଧିମାନଙ୍କର ପରିଚୟକୁ ଉଜାଗର କରାଯାଇ ନାହିଁ। ଘଟଣା ସ୍ଥଳରେ ସମସ୍ତ ତଦନ୍ତ ଏଜେନ୍ସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.