Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି

ସୋନପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି । ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ । ଏବେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏହି ଲାଞ୍ଚୁଆ କିରାଣୀ ହେଲେ  ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ଗୋଳକ ବିହାରୀ ଫୋଢ  ।

ପୋଢ ଆଜି ୧୫ ହଜାର ଟଙ୍କା ଲାଞ୍ଜ ନେଲାବେଳେ ଭିଜଲାନ୍ସ ହାତରେ ଧରା ପଡି ଯାଇଛନ୍ତି । ସିଣ୍ଢୋଲର ଏଲଆଇ ନାରାୟଣ ମେହେରଙ୍କ ଏରିଅର ବିଲ କରିବା ପାଇଁ ସେ ଲାଞ୍ଚ ନେଉଥିଲେ । ଏ ସମ୍ପର୍କରେ ଭିଜିଲାନ୍ସ ପାଖରେ ଅଭିଯେଗ ହୋଇଥିଲା ।

ଆଜି ସୁବର୍ଣ୍ଣପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ ମିଳିତ ଭାବେ ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଚିକିତ୍ସାଳୟ କାର୍ଯ୍ୟଲାୟରେ ଚଢାଉ କରିଥିଲେ । ଲାଞ୍ଚ ଟଙ୍କା ନେଉଥିବା ସମୟରେ  ଭିଜିଲାନ୍ସ ଟିମ ପୋଢଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ପୋଢ ପୂର୍ବରୁ ଏଲଆଇ ନାରାୟଣ ମେହେରଙ୍କ ଏରିଅର ବିଲ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ହେଁ କାମ କରି ନ ଥିଲେ । ଏହା ପରେ ପୁଣି ୧୫ ହଜାର ଲାଞ୍ଚ ମାଗିଥିଲେ । ଏ ନେଇ ଏଲଆଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଏକ ଅଭିଯୋଗ କରିଥିଲେ । ଏ ନେଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.