Latest Odisha News

BREAKING NEWS

ଏହି ରାଜ୍ୟରେ ହକି ଖେଳାଳିଙ୍କ ନାମରେ ନାମିତ ହେବ ୧୦ ସରକାରୀ ସ୍କୁଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଦୀର୍ଘ ୪୧ ବର୍ଷ ପରେ ଏହି ସଫଳତା ହାସଲ ହୋଇଥିବାରୁ ଏବେ ପଞ୍ଜାବ ସରକାର ସେମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତି ନେଇଛି । ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇଥିବା ୧୦ ପଞ୍ଜାବ ଖେଳାଳିଙ୍କ ନାମରେ ସରକାରୀ ସ୍କୁଲକୁ ନାମିତ କରିବା ପାଇଁ ଯୋଜନା କରିଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମ୍ରିନ୍ଦର ସିଂଙ୍କ ନିକଟକୁ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା ଏହି ପ୍ରସ୍ତାବ ପଠାଇଛନ୍ତି ।

ପ୍ରାରମ୍ଭିକ ପ୍ରସ୍ତାବରେ ଜଳନ୍ଧରର ମିଥାପୁରରେ ଥିବା ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲ୍ କୁ ମନପ୍ରୀତ ସିଂ ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲ୍ ଭାବେ ପରିଚିତ ହେବ । ସେହିପରି ଅମୃତସରର ତିମ୍ମୋୱାଲରେ ଥିବା ଜିଏସଏସଏସ୍ ସ୍କୁଲ ଭାଇସ୍-କ୍ୟାପଟେନ୍ ହରମନପ୍ରୀତ ସିଂହଙ୍କ ନାଁରେ ନାମିତ ହୋଇଛି ।  ଅମୃତସରର ଅଟ୍ଟାରୀରେ ଥିବା ଜିଏସଏସଏସ୍ ଏବେ ଅଲିମ୍ପିଆନ୍ ଶମଶେର୍ ସିଂ ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲ, ଫରିଦକୋଟରେ ଥିବା ସରକାରୀ ମିଡଲ୍ ସ୍କୁଲ୍ (ବେସିକ୍ ଗର୍ଲ୍ସ) ଏବେ ଅଲିମ୍ପିଆନ୍ ରୂପିନ୍ଦରପାଲ୍ ସିଂହ ସରକାର ମିଡଲ୍ ସ୍କୁଲ, ଏହାଛଡ଼ା ଅଲିମ୍ପିଆନ୍ ହାର୍ଦ୍ଦିକ ସିଂହଙ୍କ ନାଁରେ ଜଳନ୍ଧରର ଖୁସ୍ରୋପୁରରେ ଥିବା ସରକାରୀ ମିଡଲ୍ ସ୍କୁଲକୁ ନାମିତ କରାଯାଇଥିବା ବେଳେ ସିମରନଜିତ୍ ସିଂଙ୍କ ନାଁରେ ଗୁରଦାସପୁର ଚହଲ୍ କଲାନର ସରକାରୀ ହାଇସ୍କୁଲକୁ ନାମିତକରିବା ପାଇଁ ନାମ ପଠାଯାଇଛି ।

Leave A Reply

Your email address will not be published.