Latest Odisha News

BREAKING NEWS

ଜନ୍ମଦିନରେ ଜାଣନ୍ତୁ ରାହୁଲ ଦ୍ରାବିଡ଼ଙ୍କ ସମ୍ପର୍କରେ ୧୦ଟି ଅଜଣା କଥା…

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡ଼ଙ୍କର ଆଜି ହେଉଛି ଜନ୍ମଦିନ ।

BjdElectrycity

କୌଣସି କ୍ଷେତ୍ରରେ ଯଦି କେହି ଭଲ ପ୍ରଦର୍ଶନ କରିଥାନ୍ତି ତେବେ ତାଙ୍କର ଆଗାମୀ ପିଢ଼ି ଙ୍କୁ ମଧ୍ୟ ତାଙ୍କ ର ଉଦାହରଣ ଦିଆ ଯାଇଥାଏ I ତେବେ ଆଜି ଆମେ ଭାରତୀୟ ବରିଷ୍ଠ କ୍ରିକେଟର ରାହୁଲ ଦ୍ରାବିଡ଼ ଙ୍କ ବିଷୟ ଆପଣଙ୍କୁ ଜଣାଇବୁ କିଛି ଅଜଣା କଥା…

୧.ଦ୍ରାବିଡ଼ଙ୍କ ସମ୍ପୂର୍ଣ୍ଣ ନାମ ରାହୁଲ ଶରଦ ଦ୍ରାବିଡ଼ ।
୨. ଦ୍ରାବିଡ଼ଙ୍କ ମାତୃଭାଷା ମରାଠୀ ଅଟେ । ସେ ଇନ୍ଦୋରେ ଜନ୍ମ ଗ୍ରହଣ କରିଥିଲେ ।
୩. ରାହୁଲଙ୍କ ବାପା ‘କିଷାନ ଜାମ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେଥିପାଇଁ ସେ ରାହୁଲଙ୍କ ନାମ ରଖିଥିଲେ ଜ୍ୟାମି । ପରେ ରାହୁଲ ମଧ୍ୟ ‘କିଷାନ ଜାମ’ର ବିଜ୍ଞାପନରେ କାମ କରିଥିଲେ ।

୪. ଭାରତୀୟ କ୍ରିକେଟ ପ୍ରତି ତାଙ୍କର ଦୃଢ଼ ସମର୍ପଣ ପାଇଁ ତାଙ୍କୁ ଭାରତୀୟ କ୍ରିକେଟର ‘ୱାଲ’ ବୋଲି କୁହାଯାଏ ।

୫.ରାହୁଲଙ୍କ ନାମରେ ବ୍ୟାଙ୍ଗଲୋରର ସ୍କୁଲ ସ୍ତରରେ ଖେଳ ଯାଉଥିବ କ୍ରିକେଟ ମ୍ୟାଚର ନାମ ‘ଜ୍ୟାମି କପ’ ରଖାଯାଏ । ଏଥିରେ ଶ୍ରେଷ୍ଠ ପଦର୍ଶନ କରୁଥିବା ଖେଳାଳିଙ୍କୁ ‘ଜ୍ୟାମି ଅଫ ଦ ଡେ’ ସମ୍ମାନରେ ସମ୍ମାନିତ କରାଯାଏ ।
୬.କ୍ରିକେଟ ଖେଳିବା ପୂର୍ବରୁ ଦ୍ରାବିଡ଼ ହକି ଖେଳୁଥିଲେ । ୧୨ ବର୍ଷ ବୟସରେ ସେ କ୍ରିକେଟ ଖେଳିବା ଆରମ୍ଭ କଲେ । ସେ ୧୫ ବର୍ଷ, ୧୭ ବର୍ଷ ଓ ୧୯ ବର୍ଷରୁ କମ୍ ଦଳରେ ନିଜ ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ ।
୭.ରାହୁଲ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ।
୮. ସର୍ବାଧିକ ୪୬୧ ରନ କରି ସେ ୧୯୯୯ ବିଶ୍ୱକପର ଶ୍ରେଷ୍ଠ ଖେଳାଳି ମାନ୍ୟତା ପାଇଥିଲେ । ୨୦୦୦ ମସିହାରେ ସେ ବିଶ୍ୱର ୫ ଜଣ ଖେଳାଳୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ।
୯.ଅନେକ ଭାବନ୍ତି ଦ୍ରାବିଡ଼ ବୋଲିଂ କରି ପାରନ୍ତି ନାହିଁ ବୋଲି। କିନ୍ତି ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ନିଜ କ୍ୟାରିଅର ମଧ୍ୟରେ ଦ୍ରାବିଡ଼ ଦିନିକିଆରେ ୪ ଟି ଓ ଟେଷ୍ଟରେ ଗୋଟିଏ ୱିକେଟ୍ ନିଜ ନାଁରେ କରିଛନ୍ତି ।
୧୦.ଦ୍ରାବିଡ଼ ଏକମାତ୍ର ଏଭଳି ଖେଳାଳୀ ଯିଏ ଲଗାଦାର ୪ ଟି ଟେଷ୍ଟ କ୍ରିକେଟ ମ୍ୟାଚରେ ଶତକ ମାରିଛନ୍ତି ।
Leave A Reply

Your email address will not be published.