Latest Odisha News

BREAKING NEWS

ପ୍ରେମରେ ବିଫଳତା: ଆତ୍ମହତ୍ୟା କରିବା ଆଗରୁ ଯୁବକ କଲେ ଭିଡ଼ିଓ ରେକର୍ଡ଼ିଂ

କଟକ: ପ୍ରେମରେ ଅନ୍ଧ ହୋଇ କଟକର ଜଣେ ଯୁବକ ଶନିବାର ଦିନ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମାତୃଭବନ ନିକଟସ୍ଥ ରେଳ ଧାରଣା ନିକଟରୁ ଶନିବାର ଦିନ ଯୁବକଙ୍କ ମୃତ ଦେହ ପୋଲିସ୍ ଉଦ୍ଧାର କରିଛି ।

ମୃତ ଯୁବକଙ୍କ ନାମ ମନୋଜ ସ୍ବାଇଁ ଏବଂ ତାଙ୍କ ଘର ନିଆଳି ଅଞ୍ଚଳରେ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା ପୂର୍ବରୁ ଯୁବକ ଜଣଙ୍କ ନିଜ ମୋବାଇଲରେ ଭିଡ଼ିଓ ରେକର୍ଡ଼ିଂ କରିଥିଲେ । ଏହି ଭିଡ଼ିଓରେ ମନୋଜ କହୁଥିବାର ରେକର୍ଡ଼ ହୋଇଛି ଯେ, ତାକୁ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରାଯାଇଛି । ସେ ଯେଉଁ ଝିଅକୁ ଭଲପାଉଥିଲା ସେ ତାସହ ସମ୍ପର୍କ ଛିନ୍ନ କରି ଅନ୍ୟଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛି ।

ଘଟଣାସ୍ଥଳରୁ ହାତଲିଖିତ ଚିଠି ମିଳିଥିବା ମନୋଜର ମୃତ ଦେହକୁ ଜବତ କରିଥିବା ଜିଆରପି ପୋଲିସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.