Latest Odisha News

BREAKING NEWS

ଓଡ଼ିଶାରୁ ସୁସ୍ଥ ହେଲେ ୧୦୦ ନୂଆ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୫୧ରେ ପହଞ୍ଚିଛି।

 

ସେହିପରି ଓଡ଼ିଶାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫ଟି ।

 

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୦୧କୁ ବୃଦ୍ଧି ପାଇଛି । ଏଯାବତ ରାଜ୍ୟରେ ୧୯୧୦ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.