Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ସୁଧୁରୁଥିବା ବେଳେ, ସୁସ୍ଥ ହୋଇଛନ୍ତି ଆଉ ୧୦୦ ଜଣ ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୨୬ ଜଣ ସୁସ୍ଥ ହୋଇଥିବା ବେଳେ, ଅନୁଗୁଳ ଓ ଖୋର୍ଦ୍ଧାରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିପରି ପୁରୀରୁ ୮, କଟକ, ଯାଜପୁର, ସମ୍ବଲପୁରରୁ ୬ ଜଣ ଲେଖାଏଁ, ବଲାଙ୍ଗିରରୁ ୫, ମୟୂରଭଞ୍ଜରୁ ୪, ଦେବଗଡ଼, ଗଜପତି, ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସବୁ ଜିଲ୍ଲାକୁ ବାଦ ଦେଲେ, ବରଗଡ଼, ଢ଼େଙ୍କାନାଳ, କେନ୍ଦୁଝର, ରାୟଗଡ଼ରୁ ୨ ଜଣ ଲେଖାଏଁ ଓ ନୂଆପଡ଼ାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୩୩ ହଜାର ୪୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.