Latest Odisha News

BREAKING NEWS

କର୍ଲାପାଟ ଅଭୟାରଣ୍ୟରେ ଆଉ ଗୋଟିଏ ହାତୀର ମୃତ୍ୟୁ

କଳାହାଣ୍ଡି : କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀର ମୃତ୍ୟୁ ହୋଇଛି। କର୍ଲାପାଟ ଅଭୟାରଣ୍ୟରେ ଅସୁସ୍ଥ ଥିବା ହାତୀଟିର ଆଜି ମୃତ୍ୟୁ ଘଟିଛି। ଭୂତାଣୁ ଜନିତ ହେମ୍‌ରେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ବିଶେଷଜ୍ଞ ଟିମ୍‌ । ଗତ ୧୩ ଦିନରେ ଅଭୟାରଣ୍ୟରେ ହାତୀ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଲାଣି ।

କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ପରେ ଆରମ୍ଭ ହୋଇଛି ସମୂହ ଟିକାକରଣ ପ୍ରକ୍ରିୟା । ଆଖପାଖ ଅଞ୍ଚଳର ସବୁ ଗୃହ ପାଳିତ ପଶୁ ପକ୍ଷୀଙ୍କୁ ଟିକା ଦିଆଯାଉଛି । ହାତୀ ମୃତ୍ୟୁ ପଛର କାରଣ ଜାଣିବାକୁ କ୍ୟାମେରା ଲଗାଯିବ ବୋଲି କହିଛନ୍ତି ଡିଏଫ୍‌ଓ । କର୍ଲାପାଟ ଅଭୟାରଣ୍ୟରେ ଥିବା ୧୭ଟି ହାତୀଙ୍କ ମଧ୍ୟରୁ ଏବେ ୫ଟିର ମୃତ୍ୟୁ ହୋଇଛି।

Leave A Reply

Your email address will not be published.