Latest Odisha News

BREAKING NEWS

ଆସିବ ୧୦୦ ଟଙ୍କିଆ କଏନ; ଲେଖା ରହିବ ’ମନ କି ବାତ ୧୦୦’

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ଏପିସୋଡ ପୂରଣ ହେବ । ରେଡିଓ ମାଧ୍ୟମରେ ପ୍ରଚାରିତ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ । ଏହି ଅବସରରେ ୧୦୦ ଟଙ୍କିଆ କଏନ ଜାରି କରାଯିବ । ଏହି କଏନରେ ଲେଖାଯିବ ‘ମନ କି ବାତ ୧୦୦’ । ଏହି କଏନରେ ମାଇକ୍ରୋଫୋନ ରହିବ ଏବଂ ଏଥିରେ ୨୦୨୩ ବି ଲେଖା ରହିବ ।

ଏପ୍ରିଲ ୩୦କୁ ପିଏମ ମୋଦିଙ୍କ ମନ କି ବାତର୧୦୦ ଏପିସୋଡ ପ୍ରସାର ହେବ । ଏହାକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେପି ଏକ ଲକ୍ଷରୁ ଅଧିକ ବୁଝରେ ଏହାର ପ୍ରସାରଣ କରିବାର ଯୋଜନା ରହିଛି । ଏଥିସହିତ ଦଳ ଚାହୁଁଛି ଯେ ଏହି ଏପିସୋଡ ସାରା ବିଶ୍ୱରେ ପ୍ରଚାର ହେଉ । ବିଜେପିର କହିବା ଅନୁଯାୟୀ, ମୋଦିଙ୍କ ଲୋକପ୍ରିୟତା ଏବେ ବିଶ୍ୱ ବ୍ୟାପି । ତେଣୁ ସାରା ବିଶ୍ୱରେ ଏହାର ପ୍ରସାରଣ ହେବା ଦରକାର ।

ସୂଚନାଥାଉ କି, ୨୦୧୪ ଅକ୍ଟୋବର ୩ରେ ଦଶହରା ଦିନ ପ୍ରଥମ ଥର ପାଇଁ ପ୍ରଧାନମୋଦିଙ୍କ ମନ କି ବାତ ପ୍ରସାରଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ଯାଏ ଯେଉଁମାନଙ୍କ ବିଷୟରେ ଏହି କାର୍ଯ୍ୟକ୍ରମରେ କୁହାଯାଇଛି ସେମାନଙ୍କୁ ମଧ୍ୟ ୩୦ ଏପ୍ରିଲ କାର୍ଯ୍ୟକ୍ରମରେ ଯୋଡାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତାଙ୍କୁ ମଧ୍ୟ ଯୋଡାଯିବ ।

Leave A Reply

Your email address will not be published.