Latest Odisha News

BREAKING NEWS

ଶହେ ବର୍ଷରେ ପ୍ରଦାର୍ପଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ

କଟକ : ଶହେ ବର୍ଷରେ ପ୍ରଦାର୍ପଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ  । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯିବା ସହ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା ।

ରେଭେନ୍ସା ସେଭେନ ପିଲର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଭର୍ଚୁଆଲ ମଧ୍ୟମରେ ଯୋଗଦେଇଥିଲେ ।ଅନ୍ୟ ଅତିଥିଙ୍କ ମଧ୍ୟରେ ପୂର୍ବତନ ବିଚାରପତି ଜଷ୍ଟିସ ଦିପକ ମିଶ୍ର ମଧ୍ୟ ଭଡିଓ କନଫେରନ୍ସି ମାଧ୍ୟମରେ ଯୋଗଦେଇଥିଲେ ।

ଓପିଏସି ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି, ରେଭେନ୍ସା କୁଳପତି ପ୍ରଫେସର ଡକ୍ଟର ସଞ୍ଜୟ କୁମାର ନାୟକ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲୋ ଶହେ ବର୍ଷ ପୁର୍ତି ଅବସରରେ ଅନେକ କାର୍ୟ୍ୟକ୍ରମ ମାନ ଆୟୋଜନ କରାଯାଉଥିଲା । ଅନ୍ୟପଟେ ଏହି ଶତ ବାର୍ଷିକୀ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.