Latest Odisha News

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଭଜି

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଅଫ ସ୍ପିନର ହରଭଜନ ସିଂ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୨୩ ବର୍ଷର କ୍ୟାରିୟରର ଅନ୍ତ ଘଟିଛି । ୧୯୯୮ରେ ହରଭଜନ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୦୩ ମ୍ୟାଚରେ ୪୧୭ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଦିନିକିଆରେ ସେ ୨୩୬ ମ୍ୟାଚରୁ ୧୬୯ ୱିକେଟ ନେଇଛନ୍ତି ।

ଟି୨୦ରେ ଭାରତ ପକ୍ଷରୁ ୨୮ ମ୍ୟାଚ ଖେଳି ୨୫ ୱିକେଟ ହାସଲ କରିଛନ୍ତି । ଆଇପିଏଲର ଆଗାମୀ ସଂସ୍କରଣରେ ଭଜି କୌଣସି ଏକ ଫ୍ରାଂଚାଇଜର ସପୋର୍ଟିଂ ଷ୍ଟାଫ ହେବେ ବୋଲି ଅନୁମାନ କରାଯାଉଛି । ଆଇପିଏଲରେ ଭଜି ୧୬୩ ମ୍ୟାଚରୁ ୧୫୦ ୱିକେଟ ନେଇଛନ୍ତି ।

Leave A Reply

Your email address will not be published.