Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ କରୋନା ନେଲା ୧୦୦୦ରୁ ଅଧିକ ମୁଣ୍ଡ, ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୨ ଲକ୍ଷ

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨,୧୫,୦୭୫ ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୬୨,୦୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୦୭ ଜଣଙ୍କର ଜୀବନ ଯାଇଛି । ହୁ ହୁ ହୋଇ ବଢି ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ଟପିଲାଣି ।

ଏଜାବତ୍ ଭାରତରେ ୪୪,୩୮୬ ଜଣଙ୍କର ମୁଣ୍ଡ ନେଲାଣି କରୋନା। ୬,୩୪, ୯୪୫ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୫,୩୫,୭୪୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.