Latest Odisha News

BREAKING NEWS

ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୦୨ କରୋନା ପଜିଟିଭ୍‌, ୯୭୮ରେ ପହଞ୍ଚିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୦୨ ଜଣ କରୋନା ପଜିଟିଭ୍ । ଏଥି ସହ ମୋଟ ସଂଖ୍ୟା ୯୭୮ ପହଞ୍ଚିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।

ଏମାନଙ୍କ ମଧ୍ୟରୁ ଯାଜପୁରର ୩୧ ଜଣ, ଜଗତସିଂହପୁରର ୨୩, ଭଦ୍ରକର ୨୧, କେନ୍ଦ୍ରାପଡାର ୮, କଟକର, ଖୋର୍ଦ୍ଧା ଓ ପୁରୀରୁ ୪ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ୱର ଓ ସମ୍ବଲପୁରର ୨ ଜଣ ଲେଖାଏଁ ଓ ନୟାଗଡର ଜଣେ ଆକ୍ରାନ୍ତ ରହିଥିବା ସୂଚନା ମିଳିଛି ।

ନୂଆ କରି ଚିହ୍ନଟ ହୋଇଥିବା ୧୦୨ ଜଣଙ୍କ ମଧ୍ୟରୁ ୯୭ ଜଣ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୫ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡିଛି ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ କରୋନା ସ୍ୱାବ ନମୁନା ଟେଷ୍ଟ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି ।

Leave A Reply

Your email address will not be published.