Latest Odisha News

BREAKING NEWS

ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ନନ୍ଦିତା ଦାସଙ୍କ ‘ଜ୍ୱିଗାଟୋ’

ମୁମ୍ବାଇ: ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ । ଓସ୍କାର(ମୋସନ ପିକ୍ଚର ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀ)ରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିବାରୁ ଫିଲ୍ମର ନିର୍ଦ୍ଦେଶିକା ତଥା ଅଭିନେତ୍ରୀ ନନ୍ଦିତା ଦାସ ସୋସିଆଲ ମିଡ଼ିଆରେ ନିଜର ଖୁସି ଜାହିର କରିଛନ୍ତି । ଏନେଇ ଫିଲ୍ମର ପୁରା ଟିମ୍ ମଧ୍ୟରେ ଖୁସି ଦେଖାଦେଇଛି ।

BjdElectrycity

ନିର୍ଦ୍ଦେଶିକା ନନ୍ଦିତା ଦାସ ଏନେଇ ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି ଯେ, ମୁଁ ଓସ୍କାରରୁ ଏକ ଇ-ମେଲ ପାଇଛିି । ସେମାନେ ଜ୍ୱିଗାଟୋ ସ୍କ୍ରିପ୍ଟକୁ ସ୍ଥାୟୀ ମୂଳ ସଂଗ୍ରହରେ ସ୍ଥାନ ଦେଇଛନ୍ତି । ଏହାକୁ ନେଇ ମୁଁ ବହୁ ଖୁସି । ଏହି ଫିଲ୍ମ ବାସ୍ତବ ଘଟଣାକୁ ନେଇ ତିଆରି ହୋଇଛି । ଏହି ଫିଲ୍ମ ଭଲ ବ୍ୟବସାୟ କରି ନ ଥିଲେ ମଧ୍ୟ ଲୋକଙ୍କ ଭଲ ପାଇବା ସାଉଁଟିଥିଲା । ମୁଁ କୃତଜ୍ଞ ଯେ, ଏହା ଓସ୍କାର ଲାଇବ୍ରେରୀରେ ଉପଲବ୍ଧ ହେବ । ଏହି ସମ୍ମାନ ପାଇଁ ଏକାଡେମୀ ଅଫ ମୋସନ ପିକ୍ଚର ଆର୍ଟ ଆଣ୍ଡ ସାଇନ୍ସ ଲାଇବ୍ରେରୀକୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଏହି ଫିଲ୍ମ ଗତ ମାର୍ଚ୍ଚ ୧୭ ତାରିଖରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ନନ୍ଦିତା ଦାସ ନିର୍ଦ୍ଦେଶନା ଦେଇଥିôଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି ପାରି ନ ଥିଲା । କିନ୍ତୁ ଏହାର କାହାଣୀ ନିଶ୍ଚିତ ଭାବରେ ପ୍ରଶଂସିତ ହୋଇଥିଲା । ଦର୍ଶକ ଏବଂ ସମାଲୋଚକମାନଙ୍କ ପ୍ରଶଂସା ପାଇ ଏବେ ଏକାଡେମୀ ଅଫ ମୋସନ ପିକ୍ଚର ଆର୍ଟ ଆଣ୍ଡ ସାଇନ୍ସ ସ୍ପେଶାଲ କଲେକ୍ସନ ଲାଇବ୍ରେରୀରେ ସ୍ଥାନ ପାଇଛି ।

Leave A Reply

Your email address will not be published.