Latest Odisha News

BREAKING NEWS

ଛେଳି ବେପାରୀଙ୍କଠାରୁ ୧୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୧୧ ଗିରଫ

ଗଂଜାମ : ଧରାକୋଟ ଥାନା ବାଦଗଡ ଗାଁରୁ ଛେଳି ବ୍ୟବସାୟୀଙ୍କଠାରୁ ୧୬ଲକ୍ଷ ୮୦ହଜାର ଲୁଟ୍ ଘଟଣାରେ ପର୍ଦ୍ଦାଫାଶ ହୋଇଛି । ଘଟଣାରେ ସଂପୃକ୍ତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି । ଏଥି ସହ ୪ଟି ବାଇକ, ୮ଟି ମୋବାଇଲ, ଖଣ୍ଡା, ବନ୍ଧୁକ ଓ ଗୋଟିଏ ଖେଳଣା ପିସ୍ତଲ ଜବତ ହୋଇଛି । ଏଥି ସହ ପୋଲିସ ସେମାନଙ୍କଠାରୁ ୧୨ ଲକ୍ଷ ୫୯ ହଜାର ୫୦୦ ଟଙ୍କା ଜବତ ହୋଇଥିବା ଗଂଜାମ ଏସପି ବ୍ରିଜେଶ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

BjdElectrycity

ଗତ ୨୭ ତାରିଖରେ ବନ୍ଧାଗୁଡା କୁଲାଗଡ଼ ରାସ୍ତାରେ ତିନି ଜଣ ଛେଳି ବ୍ୟବସାୟୀଙ୍କୁ କିଛି ଦୁର୍ବୁତ ମରଣାନ୍ତକ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ଯୁବକ ପ୍ରଥମେ ଖଣ୍ଡା ଦେଖାଇ ଛେଳି ବ୍ୟବସାୟୀ ବସିଥିବା ଗାଡିକୁ ଅଟକାଇଥିଲେ । ଗାଡି ଅଟକିବା ପରେ ପୂର୍ବରୁ ଲୁଚି ରହିଥିବା ଅନ୍ୟ ୬ ଜଣ ଯୁବକ ଗାଡି ସାମ୍ନାକୁ ଆସିଯାଇଥିଲେ । ଏକ ବାଉଁଶ ଯୋଗେ ସେମାନଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ନିକଟରେ ଥିବା ୧୬ ଲକ୍ଷ ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ ।

ଏ ନେଇ ପୋଲିସ ନିକଟରେ ଅଭିଯୋଗ ହେବା ପରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ପୋଲିସ ଅଭିଯୁକ୍ତଙ୍କ ଟେର୍ ପାଇଥିଲା । ଏହି ଆଧାରରେ ଏହି ୧୧ ଅଭିଯୁକ୍ତଙ୍କୁ ଗରିଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.