Latest Odisha News

BREAKING NEWS

୨୨ ଯାଏ କାଳବୈଶାଖୀ, ଆଜି ୪୦ ଉପରେ ୧୧ ସହର

ଭୁବନେଶ୍ୱର: ଓଡ଼ିଶାରେ ତାତି ସହ କାଳବୈଶାଖୀ ଲାଗି ରହିଛି । ଆଗକୁ ଆସୁଛି ବାତ୍ୟା । ଆଜି ୧୧ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ୪୧.୫ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ସେହିଭଳି ସୁନ୍ଦରଗଡ଼-ଟିଟିଲାଗଡ଼-ସୋନପୁର ଆଦି ସ୍ଥାନରେ ପାରଦ ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ବୌଦ୍ଧରେ ପାରଦ ୪୦.୮ ଡିଗ୍ରୀ, ଅନୁଗୁଳରେ ୪୦.୭ ଡିଗ୍ରୀ, ବଲାଙ୍ଗିର-ଭବାନୀପାଟଣାରେ ୪୦.୨ ଡିଗ୍ରୀ, ହୀରାକୁଦରେ ୪୦.୧ ଡିଗ୍ରୀ, ମାଲକାନଗିରି ଓ ନୟାଗଡ଼ରେ ପାରଦ ୪୦ ଡିଗ୍ରୀ ରେକର୍ଡ ହୋଇଛି ।

୨୧ ତାରିଖ ସକାଳ ୮ଟା ୩୦ ଯାଏ କାଳବୈଶାଖୀ ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପବନର ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

ସେହିଭଳି ୨୨ ତାରିଖ ସକାଳ ୮ଟା ୩୦ ଯାଏ କାଳ ବୈଶାଖୀ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

Leave A Reply

Your email address will not be published.