Latest Odisha News

BREAKING NEWS

ଏହି ୨ ଦିନ ବନ୍ଦ ରହିବ ଏସବିଆଇର ଡିଜିଟାଲ୍ ବ୍ୟାଙ୍କିଂ ସେବା, ଜାଣନ୍ତୁ କେଉଁ ସମୟରେ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଡିଜିଟାଲ୍ ବ୍ୟାଙ୍କିଂ ସେବା ଆସନ୍ତା ମେ ୨୧ ଏବଂ ୨୩ରେ ବନ୍ଦ ରହିବ। ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଂ ପ୍ଲାଟଫର୍ମର ଅପଡେଟେସନ୍ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ସେବା ବନ୍ଦ ରହିବ ବୋଲି ଜଣାପଡିଛି।

 

ଏନେଇ ଗ୍ରାହକଙ୍କୁ ଟୁଇଟ୍ ମାଧ୍ୟମରେ ଏସବିଆଇ ଏହି ସୂଚନା ଦେଇଛି। ଟ୍ୱିଟରେ ଉଲ୍ଲେଖ ରହିଛି ଯେ ଆମେ ଆସନ୍ତା ୨୧ ମେ ରାତି ୧୦.୪୫ ରୁ ୨୨ ମେ ୨୦୨୧ ରେ ୧.୧୫ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ କରିବୁ। ଏହାବ୍ୟତୀତ ୨୩ ମେ ରାତି ୨.୪୦ରୁ ସକାଳ ୬.୧୦ ଯାଏଁ ଏହି କାମ ଚାଲିବ। ଏହି ସମୟ ମଧ୍ୟରେ ଝଈଓ ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍/ YONO / YONO Lite / UPI ସେବା ଉପଲବ୍ଧ ହେବ ନାହିଁ।

ଉଲ୍ଲେଖଯୋଗ୍ୟ, ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇର ୨୨,୦୦୦ ରୁ ଅଧିକ ଶାଖା ଏବଂ ୫୭,୮୮୯ ଏଟିଏମ୍ ରହିଛି।

Leave A Reply

Your email address will not be published.