Latest Odisha News

BREAKING NEWS

ଆଉ ୧୧ ଜଣଙ୍କୁ ମିଶାଇ କରୋନା ରାଜ୍ୟରୁ ନେଲାଣି ୧, ୩୩୧ ଜୀବନ

ଭୁବନେଶ୍ୱର: ମୁଣ୍ଡ ନେଉଛି ମହାମାରୀ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ୯ ଜିଲ୍ଲାରୁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଜଣେ ୨୬ ଓ ୩୦ ବର୍ଷୀୟ ଯୁବକ ।

ସୁନ୍ଦରଗଡ଼ ଜିଲ୍ଲାରୁ ଦିନକରେ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୭୦ ଛୁଇଁଛି । ସେହିପରି ଭୁବନେଶ୍ୱରରେ ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ ନେଇ ମହାମାରୀ ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ୧୫ ହଜାର ତଳକୁ ଖସିଲା ଆକ୍ଟିଭ୍ କେସ, ୨୪ ଘଣ୍ଟାରେ ୧୭୦୯ କରୋନା ପଜିଟିଭ୍

କେନ୍ଦୁଝର, ଦେବଗଡ଼, ନୂଆପଡ଼ା, କଟକ, କେନ୍ଦ୍ରାପଡ଼ା, ଅନୁଗୋଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୩ ଶହ ୩୧କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୦.୪୫% ।

Leave A Reply

Your email address will not be published.