Latest Odisha News

ଆସନ୍ତୁ ଜାଣିବା ଲାଲୁଙ୍କ କେଉଁ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ତେଜସ୍ୱୀ

ପାଟନା: ବିହାର ନିର୍ବାଚନ ଜିତିବା ନେଇ ରାଷ୍ଟ୍ରୀୟ ଜନତା ଦଳକୁ ଜିତାଇବା ପାଇଁ ତେଜସ୍ୱୀ ଯାଦବ ଆପ୍ରାଣ ଉଦ୍ୟମ କରୁଛନ୍ତି । ବିଜେପି ଓ ଜନତାଦଳ ୟୁନାଇଟେଡ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିବାରୁ ତେଜସ୍ୱୀ ର‌୍ୟାଲୀ କରି ଲୋକଙ୍କ ମନ କିଣିବାକୁ ଚେଷ୍ଟା କରିଛନ୍ତି । ଏହା ଭିତରେ ସେ ଭାରତୀୟ ରାଜନୈତି ଇତିହାସରେ ଏକ ରେକର୍ଡ ବହନ କରିଛନ୍ତି । ୨୪ ଘଂଟାରେ ସେ ସର୍ବାଧିକ ୧୯ ର‌୍ୟାଲୀ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ପୂର୍ବରୁ ଗୋଟିଏ ଦିନରେ ତାଙ୍କ ବାପା ଲାଲୁ ପ୍ରସାଦ ଯାଦବ ୧୬ ର‌୍ୟାଲୀ କରି ରେକର୍ଡ କରିଥିଲେ ।

ତେଜସ୍ୱୀ ପ୍ରଥମେ ୧୪ ଓ ୧୬ ର‌୍ୟାଲୀ କରୁଥିଲେ । ଏବେ ଏହାକୁ ବଢ଼ାଇଛନ୍ତି । ଆରଜେଡି ଅଫିସିଆଲ ଟୁଇଟରରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ମହାଗଠବନ୍ଧନ ଦ୍ୱିତୀୟ ଚରଣରେ ଏନଡିଏକୁ ଆହୁରି ଦୁର୍ବଳ କରି ଦେଇଛନ୍ତି ବୋଲି ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.