Latest Odisha News

ମନୋଜ ଦାସଙ୍କୁ ପଦ୍ମଭୂଷଣ; ୧୦ ଜଣ ଓଡ଼ିଆ ପାଇବେ ‘ପଦ୍ମଶ୍ରୀ’ ସମ୍ମାନ

ନୂଆଦିଲ୍ଲୀ: ୭୧ତମ ସାଧାରଣତନ୍ତ୍ର ଦିବସ ପାଳନର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମ ପୁରସ୍କାର ଲାଗି ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ନାମ ଘୋଷଣା କରିଛନ୍ତି । ଓଡ଼ିଶାରୁ ସମୁଦାୟ ୧୧ଜଣ ବ୍ୟକ୍ତି ପଦ୍ମ ପୁରସ୍କାର ପାଇବାକୁ ଯାଉଥିବା ବେଳେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କୁ ସମ୍ମାନଜନକ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯିବ । ଅନ୍ୟ ୧୦ ଜଣ ଓଡ଼ିଆ ପାଇବେ ପଦ୍ମଶ୍ରୀ ପୁରସ୍କାର ।

ସମଗ୍ର ଦେଶରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ସମୁଦାୟ ୧୧୮ ଜଣ ବ୍ୟକ୍ତି ପଦ୍ମ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି ।

ନିକଟରେ ଦେହାନ୍ତ ଘଟିଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ।

ନୟାଗଡ଼ ଜିଲ୍ଲାର ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀ ଜୈବିକ କୃଷି ପ୍ରଣାଳୀ ଲାଗି ପଦ୍ମଶ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଓଡ଼ିଶାର ଅନ୍ୟ ଯେଉଁ ବ୍ୟକ୍ତିମାନେ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି ସେମାନେ ହେଲେ ମିତ୍ରଭାନୁ ଗୌନ୍ତିଆ, ଦମୟନ୍ତି ବେଶ୍ରା, ଉତ୍ସବ ଚରଣ ଦାସ, ବୀଣାପାଣି ମହାନ୍ତି, ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ବଟକୃଷ୍ଣ ସାହୁ ।

Leave A Reply

Your email address will not be published.