ବ୍ରହ୍ମପୁର:ଖଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ୧୧୨ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ରହିଛି। ମୋଟ ୧୬ଟି ବିଭାଗରେ ଏହି ୧୧୨ଟି ପଦବୀ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ ବିଭାଗରେ ଜଣେ ପ୍ରଫେସର, ଦୁଇଜଣ ଆସୋସିଏଟ୍ ପ୍ରଫେସର ଏବଂ ୪ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମିଶାଇ ମୋଟ ୭ଜଣ ନିଯୁକ୍ତି ପାଇବେ। ଏହି ବିଭାଗଗୁଡ଼ିକ ହେଲା ନୃତତ୍ତ୍ବ, ବାୟୋ ଟେକ୍ନୋଲୋଜି, ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ବାଣିଜ୍ୟ, କମ୍ପୁଟର ବିଜ୍ଞାନ ଏବଂ ଏମ୍ସିଏ, ଅର୍ଥନୀତି, ଇଂରାଜି, ଶିକ୍ଷା ଏବଂ ବିଏଡ୍, ଭୁତତ୍ତ୍ବ ବିଜ୍ଞାନ, ଇତିହାସ, ଗଣିତ ଏବଂ ପରିସଂଖ୍ୟନ, ଓଡ଼ିଆ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ୍-୧୯୮୯ର ଧାରା ୨୧ ଅନୁଯାୟୀ ଏହି ପଦବୀଗୁଡ଼ିକରେ ସୀଧାସଳଖ ନିଯୁକ୍ତି ଗ୍ରହଣ କରାଯିବ। ପୂର୍ବରୁ ବିଶ୍ବବିଦ୍ୟାଳୟରେ ୧୬ଟି ବିଭାଗର ଗୋଟିଏ ଲେଖାଏଁ ପ୍ରଫେସର ପଦବୀ ରହିଥିଲା। ଏଣିକି ଦୁଇଟି ଲେଖାଏଁ ପ୍ରଫେସର ପଦବୀ ରହିବ।
ସୂଚନା ଯୋଗ୍ୟ ଯେ, ବିଶ୍ବବିଦ୍ୟାଳୟରେ ୮୮ଟି ନିୟମିତ ଶିକ୍ଷକ ପଦବୀ ରହିଛି। ସେଥିରୁ ୫୬ଟି ପଦବୀ ଖାଲି ପଡ଼ିଛି। ମାତ୍ର ୩୨ଜଣ ନିୟମିତ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ଖାଲି ପଦବୀଗୁଡ଼ିକରେ ଅତିଥି ଅଧ୍ୟାପକଙ୍କୁ ନେଇ ପାଠପଢ଼ା ଚାଲିଛି। ପୂର୍ବରୁ ଖଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ରହିଥିଲା । ଗତ ୨୦୨୧ ମସିହା ମେ’ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୬ ବର୍ଷର ଏହି ଶିକ୍ଷାନୁଷ୍ଠାନକୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଘୋଷଣା କରିଥିଲେ ।
BREAKING NEWS
- ସ୍ୱଚ୍ଛ ଶକ୍ତି ବୈଷୟିକ ଜ୍ଞାନ ଆଦାନପ୍ରଦାନ କରିବା ପାଇଁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
- ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲରେ ତୁରନ୍ତ ଶିକ୍ଷକ ନିୟୋଜନ ପାଇଁ କଡ଼ା ନିର୍ଦ୍ଦେଶ
- Turkey-Pakistan-Saudi defence deal:ସାଉଦି ଆରବ-ପାକ୍- ତୁର୍କୀ ମଧ୍ୟରେ ହୋଇଥିବା ନୂତନ ପ୍ରତିରକ୍ଷା ଚୁକ୍ତି ଉପରେ ଭାରତର ପ୍ରଥମ ପ୍ରତିକ୍ରିୟା
- ପୁଷ୍ପା ନିର୍ଦ୍ଦେଶକ ସୁକୁମାରଙ୍କ ସହ ହାତ ମିଳାଇଲେ ସାଉଥ ସୁପରଷ୍ଟାର ରାମ ଚରଣ
- Subhadra Yojana:ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା;୨୫ ଜୁଲାଇ ସୁଦ୍ଧା ଆବେଦନଗୁଡ଼ିକର…
- ଶ୍ରୀଲଙ୍କାର ସ୍ପିନ୍ ଟ୍ରାକରେ ଜିତିବାକୁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ଯୋଜନା
- ରେଭେନ୍ସା ଅଚଳାବସ୍ଥା ଉପରେ କୁଳପତିଙ୍କ ବଡ଼ ବୟାନ, ଖୁବଶୀଘ୍ର ସମାଧାନ ନେଇ ଦେଲେ ଆଶ୍ୱାସନା
- ବାଲେଶ୍ୱରରେ ଘନଉଛି ବନ୍ୟା ବିପତ୍ତି, ବିପଦ ସଙ୍କେତ ଟପିଲା ଜଳକା ନଦୀ
- ଓଡ଼ିଶାରେ ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ସରକାରଙ୍କ ବଡ଼ ପଦକ୍ଷେପ
- ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ମାମଲାରେ ବନ୍ଧା ହେଲେ ପୂର୍ବତନ ବିଧାୟକଙ୍କ ଜ୍ୱାଇଁ

Comments are closed.