Latest Odisha News

BREAKING NEWS

ଏଡିଜେ କୋର୍ଟ ଦାବୀରେ ଆଜି ୧୨ ଘଣ୍ଟିଆ ଖଡ଼ିଆଳ, ସିନାପାଲି ଓ ବୋଡେ଼ନ ବନ୍ଦ

ନୂଆପଡା: ଆଜି ୧୨ ଘଣ୍ଟିଆ ଖଡ଼ିଆଳ ବିଧାନସଭା ମଣ୍ଡଳୀ ବନ୍ଦ । ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଏଡିଜେ କୋର୍ଟ ଦାବୀ ନେଇ ଆଜି ଖଡ଼ିଆଳ, ବୋଡେ଼ନ, ସିନାପାଲି ବ୍ଲକ ରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି l ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ସରକାରୀ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି l  ମିଳିତ ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି l

ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ସହ ବିଭନ୍ନ ସଙ୍ଗଠନ କର୍ମକର୍ତା, ଅଞ୍ଚଳ ବାସି ଖଡ଼ିଆଳ ସହରର ବିଭିନ୍ନ ଛକରେ ନାରାବାଜି କରି ଆନ୍ଦୋଳନ କରିଛନ୍ତି l ଦୀର୍ଘ ବର୍ଷର ଦାବୀ ପ୍ରତି ରାଜ୍ୟ ସରକାର ଅଣଦେଖା କରୁଛନ୍ତି l ଖଡ଼ିଆଳ ଠାରେ ଏଡିଜେ କୋର୍ଟ ହେଲେ ସିନାପାଲି, ବୋଡେ଼ନ ଓ ଖଡ଼ିଆଳ ବ୍ଲକର ଲୋକେ ନିଜ ଅଞ୍ଚଳରେ ସୁବିଧାରେ ନ୍ୟାୟ ପାଇ ପାରିବେ l  ହାଇକୋର୍ଟ ନିର୍ଦେଶ ସତ୍ତ୍ୱେ ଖଡ଼ିଆଳ ବିଧାୟକଙ୍କ ବାରମ୍ବାର ବିଧାନସଭାରେ ଦାବି ସତ୍ତ୍ୱେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଖଡ଼ିଆଳ ଅଞ୍ଚଳ ବାସୀ ଙ୍କ ଅତିଷ୍ଠ କରିଛି । ଏହି ଆନ୍ଦୋଳନକୁ ଖଡ଼ିଆଳ ବିଧାନସଭା ମଣ୍ଡଳୀର ଗୋଟିଏ NAC ସହ ୬୮ ଗୋଟି ପଂଚାୟତ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ସମସ୍ତେ ସମର୍ଥନ ଜଣାଇଛନ୍ତି । ବର୍ତ୍ତମାନ ପାଇଁ ଏହି ଆନ୍ଦୋଳନ ଏକ ଚେତାବନୀ ସଦୃଶ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଉଗ୍ରରୂପ ନେଇ ଭାୟାବହ ହେବ ବୋଲି ଆନ୍ଦୋଳନ କାରୀ ମାନେ କହିଛନ୍ତି ।

Leave A Reply

Your email address will not be published.