Latest Odisha News

BREAKING NEWS

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ତ୍ରିଦିବସୀୟ କର୍ମକର୍ତ୍ତା ପ୍ରବୋଧନ କର୍ମଶାଳା ଉଦଘାଟିତ

ଭୁବନେଶ୍ବର : ଅଖିଳ ଭାରତୀୟ ସାହିତ୍ୟ ପରିଷଦର ତ୍ରିଦିବସୀୟ କର୍ମକର୍ତ୍ତା ପ୍ରବୋଧନ କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି କର୍ମଶାଳାରେଦେଶର ବିଭିନ୍ନ ପ୍ରାନ୍ତରୁ ୨୫୦ରୁ ଅଧିକ ସାହିତ୍ୟିକ ଅଂଶ ଗ୍ରହଣ କରିଛନ୍ତି ।

ଋଷି କୁମାର ମିଶ୍ରଙ୍କ ସମ୍ୟକ ସୂଚନା ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି ଉଦ୍ଘାଟନୀ ସମାରୋହରେ ଓଡ଼ିଶା ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ରଘୁନାଥ ପଣ୍ଡାଙ୍କ ସହ ରାଷ୍ଟ୍ରୀୟ ସ୍ଵୟଂସେବକ ସଙ୍ଘର ଅଖିଳ ଭାରତୀୟ ବୌଦ୍ଧିକ ପ୍ରମୁଖ ସ୍ଵାନ୍ତ ରଞ୍ଜନ ଜୀ, ପରିଷଦର ରାଷ୍ଟ୍ରୀୟ ଅଧକ୍ଷସୁଶିଲ ଚନ୍ଦ୍ର ଦ୍ୱିବେଦୀ, ଉପାଧ୍ଯକ୍ଷ ଶ୍ରୀରାମ ପରିହାର, ପୂର୍ବ ଅଧ୍ୟକ୍ଷ ବଳଦେବ ଜାନୀ, ସମ୍ପାଦକ ଋଷି କୁମାର ମିଶ୍ର, କାର୍ଯ୍ୟକ୍ରମର ସଂଯୋଜକ ପ୍ରକାଶ ବେତାଲା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସାହିତ୍ୟ ମେ ଔପନିବେଶିକତା, ନଏ ଭାରତ କା ସାହିତ୍ୟ, ସଂସ୍କୃତି କୀ ପୋଷକ ନଦୀୟାଁ ଶୀର୍ଷକରେ ତିନୋଟି ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସମାଜ କଲ୍ୟାଣ ପାଇଁ ସାହିତ୍ୟର ରଚନା କରିବା, ଚିନ୍ତନ ମନନ ଜରିଆରେ ଦେଶର ସଂସ୍କୃତିକୁ ପରିଭାଷିତ କରିବା ହେଉଛି ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମୂଳ ଉଦ୍ଦେଶ୍ୟ ।

Leave A Reply

Your email address will not be published.