Latest Odisha News

BREAKING NEWS

ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା: ୧୨ ମୃତ, ୨୩ ଆହତ

ମୁମ୍ବାଇ: ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ମିନି ବସ୍‌ ଏକ କଣ୍ଟେନରକୁ ଧକ୍କା ଦେଇଛି  । ଏଥିରେ  ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ୩୫ ଜଣ ଯାତ୍ରୀ ଏକ ମିନି ଭ୍ୟାନରେ ଶୈଲାନୀ ବାବା ପୀଠକୁ ଯାଉଥିବା ସମୟରେ ରାସ୍ତାରେ ଅଟକି ରହିଥିବା କଣ୍ଟେନରକୁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଏଥିରେ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୫ଜଣ ପୁରୁଷ, ୬ଜଣ ମହିଳା ,  ନାବାଳିକା ଏବଂ ୪ ଶିଶୁ ରହିଛନ୍ତି ।

ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨୩ ଜଣ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରିଛି  । ଏବଂ ସମସ୍ତ ଆହତ ଯାତ୍ରୀଙ୍କୁ ଏକ ସରକାରୀ ମେଡିକାଲରେ ଭର୍ତ୍ତି କରିଛି । ଗତକାଲି ରାତି ୧୨ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା ।   ସେପଟେ ଘଟଣାକୁ ନେଇ ସଂସଦୀୟ ସଦସ୍ୟ ସୁପ୍ରିୟା ସୁଲେ କହିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ସମୃଦ୍ଧି ଏକ୍ସପ୍ରେସ ୱେରେ ବାରମ୍ବାର ଦୁର୍ଘଟଣା ଘଟିବା ଅତ୍ୟନ୍ତ ଚିନ୍ତାର ବିଷୟ  । ତେଣୁ ଏହି ଘଟଣାର କାରଣ ଅନୁଧ୍ୟାନ କରାଯିବାର ଆବଶ୍ୟକତା କରିଛି  ।

Leave A Reply

Your email address will not be published.