Latest Odisha News

ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ‘A+’Rankର ଅଧିକାରୀ ହେଲେ RBI ଗଭର୍ଣ୍ଣର

ନୂଆଦିଲ୍ଲୀ: RBIର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ କାର୍ଡ ୨୦୨୩ ରେ ‘A +’ ମାନ୍ୟତା । କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣରମାନଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ଗତକାଲି ମରକ୍କୋର ମାରାକେଶ ସହରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆରବିଆଇ ଗଭର୍ଣ୍ଣର ଏହି ପୁରସ୍କାର ଗ୍ରହଣ କରୁଥିବା ବେଳର ଫଟୋ ଆରବିଆଇ X ରେ ସେୟାର କରାଯାଇଛି ।

ଗ୍ଲୋବାଲ ଫାଇନାନ୍ସ ପତ୍ରିକା ସମଗ୍ର ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କରମାନଙ୍କ ଉପରେ ରିପୋର୍ଟ ପ୍ରସ୍ତୁତ କରେ । ଏହି ରିପୋର୍ଟରେ A ରୁ F ପର୍ଯ୍ୟନ୍ତ ଗ୍ରେଡ଼ ପଠାଯାଏ । କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ଉତ୍କୃଷ୍ଟ ପ୍ରଦର୍ଶନ ଠାରୁ ଆରମ୍ଭ କରି ବିଫଳତା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ପରଖି ରିପୋର୍ଟ ପ୍ରସ୍ତୁତ କରେ । ପ୍ରଦର୍ଶନରେ ଉତ୍କର୍ଷତା ଥିଲେ ‘A +’ ମାନ୍ୟତା ଏବଂ ବିଫଳତା ପାଇଁ F ମାନ୍ୟତା ବିଶ୍ୱ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନରମାନଙ୍କୁ ଦିଆଯାଏ । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସରେ ଆରବିଆଇ ଗଭର୍ଣ୍ଣରଙ୍କୁ ଏହି ପୁରସ୍କାର ମିଳିବା ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.