Latest Odisha News

ରାଜ୍ୟରେ ଆଉ ୧୨ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୨ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୫୯ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡରୁ ୧, ସୁନ୍ଦରଗଡରୁ ୧, ଭୁବନେଶ୍ୱରରୁ ୨, ବାଲେଶ୍ୱରରୁ ୧, କନ୍ଧମାଳରୁ ୨, କେନ୍ଦୁଝରରୁ ୨, ଗଜପତିରୁ ୧, ଗଞ୍ଜାମ ଜିଲ୍ଲାରୁ ୨ ଜଣ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…

ବରଗଡରୁ ଜଣେ ୬୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।

ସୁନ୍ଦରଗଡରୁ ଜଣେ ୫୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।

ଭୁବନେଶ୍ୱରରୁ ଜଣେ ୬୭ ବର୍ଷ ବୟସ୍କ ଏବଂ ଆଉ ଜଣେ ୬୦ ବର୍ଷ ବୟସ୍କ ରହିଛନ୍ତି ।
ବାଲେଶ୍ୱରରୁ ଜଣେ ୫୭ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।

କନ୍ଧମାଳରୁ ଜଣେ ୫୫ ବର୍ଷ ଏବଂ ୬୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁହେଁ ମଧୁମେହରେ ପିଡିତ ଥିଲେ ।

କେନ୍ଦୁଝରରୁ ଜଣେ ୭୯ ବର୍ଷ ବୟସ୍କ ଏବଂ ଆଉ ଜଣେ ୬୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁହେଁ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।

ଗଜପତିରୁ ଜଣେ ୫୯ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।

ଗଞ୍ଜାମରୁ ଜଣେ ୬୧ ବର୍ଷ ଏବଂ ୪୮ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁହେଁ ମଧୁମେହରେ ପିଡିତ ଥିଲେ ।

Leave A Reply

Your email address will not be published.