Latest Odisha News

BREAKING NEWS

ଉପକୂଳରେ ଖୋର୍ଦ୍ଧା, ପଶ୍ଚିମରେ କରୋନା ହଟସ୍ପଟ୍ ସୁନ୍ଦରଗଡ଼

ଭୁବନେଶ୍ୱର: ଗଞ୍ଜାମ ପରେ ଖୋର୍ଦ୍ଧାରେ ଲମ୍ବା ଲମ୍ଫ ମାରୁଛି କରୋନା । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଓ ସୁନ୍ଦରଗଡ଼ରେ ୨ ହଜାର ଟପିଲାଣି ପଜିଟିଭ୍ କେସ୍ । ନିୟମତି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।
ଖୋର୍ଦ୍ଧାରେ କରୋନା ଲମ୍ଫ
ଗଞ୍ଜାମ ପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୭୪ ନୂଆ ପଜିଟିଭ୍ । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୧୦୩କୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧାରେ ଆକ୍ଟିଭ୍ କେସ୍ ଅଧିକ
ଗଞ୍ଜାମ ଜିଲ୍ଲାରେ ଅଧିକ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ରହିଛି ସର୍ବାଧିକ ଆକ୍ଟିଭ୍ କେସ୍ । ଗଞ୍ଜାମ ଜିଲ୍ଲାରେ ୭୬ ପ୍ରତିଶତ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ୫୩ ପ୍ରତିଶତ କରୋନା ସଂକ୍ରମିତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଜିଲ୍ଲାରେ ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୩ ହଜାର ୨୪୪ ।
ପଶ୍ଚିମରେ କରୋନା ହଟସ୍ପଟ୍ ସୁନ୍ଦରଗଡ଼
ପଶ୍ଚିମ ଓଡ଼ିଶାରେ କରୋନାର ରେଡହଟ୍ ଜିଲ୍ଲା ପାଲଟିଛି ସୁନ୍ଦରଗଡ଼ । ଗତ ୨୪ ଘଣ୍ଟାରେ ୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଦୁଇ ହଜାର ପାର କରିଛି ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୧୧୦ରେ ପହଞ୍ଚିଛି । ୬୪ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହେଲେଣି । ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ଟିଭ୍ କେସ୍ ରହିଛି ୭୨୬ ।

ପଜିଟିଭ୍ କେସ ବଢୁଥିବାରୁ ଖୋର୍ଦ୍ଧା ଓ ରାଉରକେଲା ମ୍ୟୁନିସିପାଲିଟିରେ ସପ୍ତାହର ପ୍ରତି ଶନିବାର ଓ ରବିବାର ସଟଡାଉନ୍ କଟକଣା ବଳବତ୍ତର ରହିଛି । ଏବେ ପଶ୍ଚିମ ଓଡ଼ିଶାରେ ସମ୍ୱଲପୁର ଜିଲ୍ଲା ବି ଚିନ୍ତା ବଢ଼ାଇଲାଣି ।

Leave A Reply

Your email address will not be published.