Latest Odisha News

ରାଜ୍ୟରେ ଆଉ ୧୨ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୨ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୪୮୩ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ଭୁବନେଶ୍ୱରରୁ ୨, ଢେଙ୍କାନାଳରୁ ୨, କନ୍ଧମାଳରୁ ୧, କୋରାପୁଟରୁ ୧, ପୁରୀରୁ ୧, ସମ୍ବଲପୁରରୁ ୧, ସୁନ୍ଦରଗଡରୁ ୩ ଜଣ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…

  • ଅନୁଗୁଳରୁ ଜଣେ ୫୮ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ।
  • ଭୁବନେଶ୍ୱରରୁ ଜଣେ ୪୮ ବର୍ଷ ବୟସ୍କ ଏବଂ ଆଉ ଜଣେ ୫୭ ବର୍ଷ ବୟସ୍କ ରହିଛନ୍ତି ।
  • ଢେଙ୍କାନାଳରୁ ଜଣେ ୫୨ ବର୍ଷ ବୟସ୍କ ଏବଂ ଆଉ ଜଣେ ୬୯ ବର୍ଷ ବୟସ୍କ ରହିଛନ୍ତି ।
  • କନ୍ଧମାଳରୁ ଜଣେ ୪୬ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
  • କୋରାପୁଟରୁ ଜଣେ ୬୦ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି ।
  • ପୁରୀରୁ ଜଣେ ୪୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
  • ସମ୍ବଲପୁରରୁ ଜଣେ ୬୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
  • ସୁନ୍ଦରଗଡରୁ ଜଣେ ୫୫, ୫୧ ଓ ୫୨ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
Leave A Reply

Your email address will not be published.