Latest Odisha News

BREAKING NEWS

୨୪ ଘଣ୍ଟା, ୨୮ ଜିଲ୍ଲା, ୧୨୧୫ ନୂଆ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୨୮ ହଜାର ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ହଜାର ୨୧୫ ଜଣ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୭୫୩ ପଜିଟିଭ୍ କେସ୍ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨ ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୨ ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୧୨, ଗଜପତି ୮୯, କେନ୍ଦୁଝର ୭୭, କୋରାପୁଟ ୭୩, କଟକ ୬୦, ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୭ ଜଣ ନୂଆ କରୋନା ଆକ୍ରାନ୍ତ । ୨୮ ଜିଲ୍ଲାର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍ କେସ୍ ୨୮ ହଜାର ୧୦୭କୁ ବୃଦ୍ଧି ପାଇଛି ।

ଜିଲ୍ଲାଓ୍ୱାରୀ କରୋନା ଆକ୍ରାନ୍ତ
– ଗଞ୍ଜାମ- ୩୩୨, ଖୋର୍ଦ୍ଧା- ୩୧୨, ଗଜପତି- ୮୯, କେନ୍ଦୁଝର- ୭୭
– କୋରାପୁଟ- ୭୩, କଟକ- ୬୦, ଜଗତସିଂହପୁର- ୪୭, ବାଲେଶ୍ୱର- ୨୯
– ରାୟଗଡ଼ା- ୨୪, ମୟୂରଭଞ୍ଜ- ୨୨, ବଲାଙ୍ଗିର- ୨୧, ଯାଜପୁର- ୨୦
– କନ୍ଧମାଳ, କେନ୍ଦ୍ରାପଡ଼ା ଓ ମାଲକାନଗିରି- ୧୪ ଜଣ ଲେଖାଏଁ ସଂକ୍ରମିତ
– ଅନୁଗୋଳ ଓ ପୁରୀ – ୧୧ ଜଣ ଲେଖାଏଁ ନୂଆ ଆକ୍ରାନ୍ତ
– ବରଗଡ଼- ୧୦, ନୂଆପଡ଼ା ଓ କଳାହାଣ୍ଡି – ୦୮ ଜଣେ ଲେଖାଏଁ ସଂକ୍ରମିତ
– ନୟାଗଡ଼- ୦୭, ଭଦ୍ରକ, ବୌଦ୍ଧ, ଝାରସୁଗୁଡ଼ା- ୨ ଜଣ ଲେଖାଏଁ ଆକ୍ରାନ୍ତ
– ସୋନପୁର ଓ ସୁନ୍ଦରଗଡ଼- ୨ ଜଣ ଲେଖାଏଁ ସଂକ୍ରମିତ
– ଦେବଗଡ଼ ଓ ଢେଙ୍କାନାଳ- ଜଣେ ଲେଖାଏଁ ପଜିଟିଭ୍

Leave A Reply

Your email address will not be published.