Latest Odisha News

BREAKING NEWS

ଜାଣନ୍ତୁ, ଭାରତର ୪ର୍ଥ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କ ସମ୍ପର୍କରେ…

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଭାରିର ଚତୁର୍ଥ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କର ଆଜି ହେଉଛି ୧୨୪ ତମ ଜନ୍ମଦିନ ।

୧୮୯୬ ମସିହା ଫେବୃଆରୀ ଆଜିର ଦିନରେ ଗୁଜୁରାଟର ଭଦେଲୀରେ ସେ ଜନ୍ମ ଗ୍ରହଣ କରିଥିଲେ ।

ଏହି ଅବସରରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା…

ବମ୍ବେର ଏଲଫିନଷ୍ଟୋନ୍ କଲେଜରୁ ଉଚ୍ଚ ଶିକ୍ଷା ଲାଭ କରିଥିବା ମୋରାରଜୀ ଦେସାଇ ସେ ସମୟରେ ଗୁଜୁରାଟ ସିଭିଲ୍ ସର୍ଭିସରେ ଯୋଗଦେଇଥିଲେ । କିନ୍ତୁ ଇଂରେଜମାନଙ୍କ ଅଧିନରେ କାମ କରିବେ ନାହିଁ ବୋଲି ଦର୍ଶାଇ ୧୯୪୨ରେ ଚାକିରୀ ଛାଡି ଦେଇଥିଲେ ।

୧୯୫୨ରେ ତତ୍କାଳୀନ ବମ୍ବେର ମୁଖ୍ୟମନ୍ତ୍ରୀ ରହିଥିବା ଶ୍ରୀ ଦେସାଇ ୮୪ ବର୍ଷ ବୟସରେ ଭାରତର ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ।

ସେ ୧୯୭୭ ମସିହାରେ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିବା ବେଳେ ୧୯୭୯ ଜୁଲାଇ ୨୮ରେ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

ମୋରାରଜୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଥମ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ଏବଂ ଉପ-ପ୍ରଧାନ ମନ୍ତ୍ରୀ ମଧ୍ୟ ରହିଥିଲେ ।

ସେ ରାଜନୈତିକ କାରଣରୁ ୧୯୬୯ରେ କଂଗ୍ରେସ ଦଳରୁ ଇସ୍ତଫା ଦେବା ସହ ଜରୁରୀକାଳୀନ ପରିସ୍ଥିତିରେ ଇନ୍ଦିରା ଗାନ୍ଧୀଙ୍କୁ ବିରୋଧ କରିଥିଲେ ।

ପରେ ଜନତା ଦଳରୁ ୧୯୭୭ରେ ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେବା ସହ ‘ଭାରତ ରତ୍ନ’ରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

ଏପରିକି ସେ ୧୯୯୦ ମସିହାରେ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ନିଶନ-ଏ-ପାକିସ୍ତାନ’ ମଧ୍ୟ ଲାଭ କରିଥିଲେ ।

 

Leave A Reply

Your email address will not be published.