Latest Odisha News

BREAKING NEWS

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅମିତ ଶାହ

ପୁରୀ: ବିଜେପରି ବରିଷ୍ଠ ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ଦିନ ପୁରୀ ଗସ୍ତରେ ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଶାହ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏପରିକି ସିଂହଦ୍ୱାର ସମ୍ମୁଖରେ ରେଡ୍ କାପେର୍ଟ ବିଛାଯାଇଥିବା ନଜରକୁ ଆସିଥିବା ବେଳେ ସେ ବାଇଶି ପାହାଚ ଦେଇ ଗର୍ଭ ଗୃହ ମଧ୍ୟକୁ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।

ଆଜି ପ୍ରାୟ ସକାଳ ୮ଟା ସମୟରେ କଡା ସୁରକ୍ଷା ବଳୟ ମଧ୍ୟରେ ସେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।ପରେ ସେ ଭୁବନେଶ୍ୱରରେ ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ବୋଲି ଜଣାପଡିଛି ।

ତେବେ ଏହି ଗସ୍ତରେ ଶାହଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗି, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସମ୍ବିତ ପାତ୍ରଙ୍କ ସମେତ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗି ମଧ୍ୟ ଉପସ୍ଥିତ ରହିଛନ୍ତି ।

 

Leave A Reply

Your email address will not be published.