Latest Odisha News

BREAKING NEWS

RPF ପୋଲିସର ବଡ଼ ସଫଳତା, ଶିଶୁ ଚାଲାଣ ବେଳେ ଉଦ୍ଧାର ହେଲେ ୧୩ ନାବାଳକ

ଭଦ୍ରକ: RPF ପୋଲିସର ବଡ଼ ସଫଳତା। ଟ୍ରେନରୁ ଉଦ୍ଧାର ହେଲେ ୧୩ ଶିଶୁ । ବିହାରରୁ ଜନଶତାଦ୍ଦି ଟ୍ରେନ ଯୋଗେ ଯାଜପୁର କୋରେଇକୁ ଚାଲାଣ ହେଉଥିଲେ ୧୩ ଜଣ ନାବାଳକ। ଭଦ୍ରକ ଶିଶୁ ମଙ୍ଗଳ ବିଭାଗ ଅଧିକାରୀ ସୂଚନା ପାଇ ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚି RPF ପୋଲିସ ସହାୟତାରେ ଉକ୍ତ ୧୩ ଜଣ ନାବାଳକଙ୍କୁ ଉଦ୍ଧାର କରିଥିଲ। ଭଦ୍ରକ ରେଳବାଇ ପୋଲିସ ବିଭିନ୍ନ ବଗିରେ ଖୋଜିବା ପରେ ଯାଜପୁର ଷ୍ଟେସନରୁ ସେମାନଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ସମସ୍ତଙ୍କୁ ଭଦ୍ରକ ଅଣାଯାଇଛି। ଏହି ନାବାଳକଙ୍କ ବୟସ ୬ ବର୍ଷରୁ ୧୬ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି।

ଏହି ନାବାଳକଙ୍କୁ ଜଣେ ଦଲାଲ ଯାଜପୁର କୋରେଇରେ ଥିବା ଏକ ମାଦ୍ରାସାକୁ ନେଉଥିବା ସୂଚନା ମିଳିଛି। ଦଲାଲ୍ ଜଣଙ୍କ ନାବାଳକଙ୍କର କିଛି ପ୍ରମାଣ ପତ୍ର ଦେଖାଇ ପାରି ନଥିଲେ। ବିହାରର ଗରିବ ପରିବାରର ପିଲାମାନଙ୍କୁ ମୁଖ୍ୟତଃ ଟାର୍ଗେଟ୍ କରି ଭଲ ଶିକ୍ଷା ଓ ପାଠ ପଢ଼ିବାକୁ ଲୋଭ ଦେଖାଇ ଦଲାଲ ଏହି ପିଲାମାନଙ୍କୁ ବିହାରରୁ ଲୁଚେଇ ଟ୍ରେନ ଯୋଗେ ଆଣୁଥିଲେ। ତେବେ ୧୩ ଜଣ ଶିଶୁଙ୍କୁ ଶିଶୁ ମଙ୍ଗଳ ଅଧିକାରୀ ଭଦ୍ରକ ଅଣି ଆସିଆନାରେ ରଖିଥିବା ନେଇ ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି।

RPF ପୋଲିସକୁ ବଡ଼ ସଫଳତା ମିଳିଛି। ତେବେ ଗତ ଏକ ସପ୍ତାହ ଭିତରେ କଟକ ରେଳ ଷ୍ଟେସନରୁ ଦୁଇଟି ଫେଜରେ ୭୧ ଜଣ ଏବଂ ୫୯ ଜଣ ମୋଟ ୧୩୦ ଜଣ ନାବାଳକଙ୍କୁ ଉଦ୍ଧାର କରିଥିଲେ RPF ପୋଲିସ। ଏହି ନାବାଳକଙ୍କୁ ଜଗତସିଂହପୁରର ଏକ ମଦ୍ରାସାକୁ ନେଉଥିବା ବେଳେ ରେଳବାଇ ପୋଲିସ ନାବାଳକଙ୍କ ସହ ଦଲାଲଙ୍କୁ ଧରିଥିଲେ।

Comments are closed.