Latest Odisha News

ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା, ୧୪ ମୃତ

ବ୍ରାଜିଲ୍‌: ବ୍ରାଜିଲର ଆମାଜନ୍ ସହରରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି  । ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି  । ବିମାନରେ ୧୨ ଜଣ ପର୍ଯ୍ୟଟକ ଓ ୨ ଜଣ କ୍ରିଉ ମେମ୍ବର ରହିଥିଲେ । ପ୍ରବଳ ବର୍ଷା ଓ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟପାଳ ୱିଲ୍‌ସନ୍‌ ଲିମା ।

ରାଜଧାନୀ ମ୍ୟାନୌସ୍‌ ଠାରୁ ପ୍ରାୟ ୪୦୦ କିଲୋମିଟର  ଦୂର ବର୍ସେଲୋସ୍‌ ପ୍ରଦେଶରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି  । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି  । ସେପଟେ ଏହି ଘଟଣା ସମଗ୍ର ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି କରିଥିବାବେଳେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରାଜ୍ୟପାଳ ୱିଲ୍‌ସନ୍‌ ଲିମା ।

Leave A Reply

Your email address will not be published.