Latest Odisha News

BREAKING NEWS

ଢାକାରେ ବଡ଼ ଧରଣର ବିସ୍ଫୋରଣ, ୧୪ ମୃତ

ଢାକା: ବାଂଲାଦେଶର ଢାକାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଢାକାର ଏକ ୭ ମହଲା କୋଠାରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ଦେଇଛି ବାଂଲାଦେଶ ପୋଲିସ ।

ବିସ୍ଫୋରଣ ପରେ ସେଠାରେ ୧୧ ଗୋଟି ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବିସ୍ଫୋରଣର କାରଣ ଏଯାଏ ଜଣା ପଡ଼ିନାହିଁ । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଉକ୍ତ କୋଠାରେ କିଛି ସନ୍ଦିଗ୍ଧ କେମିକାଲ୍ ଥିଲା ।

ବିସ୍ଫୋରଣ ବେଳେ ପ୍ରଥମେ ଲୋକ ଭୂମିକମ୍ପ ଭଳି ଝଟକା ଅନୁଭବ କରିଥିଲେ । ବିସ୍ଫୋରଣରେ ପୂରା ସିଦ୍ଦିକ ବଜାର ଥରି ଉଠିଥିଲା । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.