Latest Odisha News

BREAKING NEWS

ଆଉ ୧୪ ବ୍ରିଟେନ ଫେରନ୍ତା କୋଭିଡର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ

ନୂଆଦିଲ୍ଲୀ : ନିକଟରେ ବ୍ରିଟେନରୁ ଭାରତ ଫେରିଥିବା ଆଉ ୧୪ ଜଣ ବ୍ୟକ୍ତି କରୋନାର ନୂଆଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୨୦ ପହଞ୍ଚିଛି ।

ଭାରତ ସରକାର କରୋନାର ନୂଆଷ୍ଟ୍ରେନ ଚିହ୍ନଟ କରିବା ପାଇଁ ୧୦ ଟି ଲ୍ୟାବକୁ ଚୟନ କରିଛନ୍ତି । ଯାହା ମଧ୍ୟରେ ରହିଛି କୋଲକାତାର ଏନଆଇବିଏମଜି, ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍‌, ପୁଣେର ଏନଆଇଭି ଓ ସିସିସଏସ୍‌, ହାଇଦ୍ରାବାଦର ସିସିଏମବି ଓ ସିଡିଏଫ୍ ଡି, ବେଙ୍ଗାଲୁରୁର ଷ୍ଟ୍ରେମ୍ ଓ ନିମହନ୍ସ ଓ ଦିଲ୍ଲୀର ଆଇଜିଆଇବି ଓ ଏନସିଡିସି । ଏହି ୧୦ଟି ଲ୍ୟାବରେ କରୋନାର ନୂଆଷ୍ଟ୍ରେନ ଚିହ୍ନଟ ପାଇଁ ୧୦୭ଟି ନମୁନା ପରୀକ୍ଷଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୨୦ ଜଣ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ଥିବା ଜଣାପଡିଛି ।

Leave A Reply

Your email address will not be published.