Latest Odisha News

BREAKING NEWS

ଅସହ୍ୟ ହେଲା ତାତି, ୪୦ ଡ଼ିଗ୍ରୀ ଛୁଇଁଲା ରାଜ୍ୟର ୧୪ଟି ସହର

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ମୁଣ୍ଡଫଟା ଖରା ସାଙ୍ଗକୁ ଶନିବାର ଦିନ ଅସହ୍ୟ ତାପମାତ୍ରା ବୃଦ୍ଧି ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିପକାଇଛି । ଟିଟିଲାଗଡ଼ ରାଜ୍ୟର ତତଲା ସହର ସାବ୍ୟସ୍ତ ହେବା ସହିତ ଏଠାରେ ତାପମାତ୍ରା ୪୫.୮ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ।

ତତଲା ସହର ଟିଟିଲାଗଡ଼ ବ୍ୟତୀତ, ପଶ୍ଚିଓଡ଼ିଶାର ଯେଉଁସବୁ ସ୍ଥାନମାନଙ୍କରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ କରାଯାଇଛି ସେହିସବୁ ସହରଗୁଡ଼ିକ ହେଲା – ଅନୁଗୁଳ (୪୨.୭), ଝାରସୁଗୁଡ଼ା (୪୩.୬), ସମ୍ବଲପୁର (୪୪.୬), ସୁନ୍ଦରଗଡ଼ (୪୨), ହୀରାକୁଦ (୪୪.୧), ତାଳଚେର (୪୩.୨), ଭବାନୀପାଟଣା (୪୨.୮), ବଲାଙ୍ଗିର (୪୫.୫), ଫୁଲବାଣୀ (୪୧.୮), ମାଲକାନଗିରି (୪୨) ଏବଂ ସୋନପୁର (୪୪.୨) ଡ଼ିଗ୍ରୀ ସେଲସିୟସ । ସେହିପରି ଉପକୂଳବର୍ତ୍ତୀ ଓଡ଼ିଶାର ଚାନ୍ଦବାଲିରେ (୪୦.୫), କଟକରେ (୪୦) ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା (୪୦.୨) ଡ଼ିଗ୍ରୀ ସେଲସିୟସ ରହିଛି ।

ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ଶନିବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ରାଜ୍ୟରେ ଏହି ଗ୍ରୀଷ୍ମଲହରୀ ଆଗାମୀ ୩ ଦିନ ଧରି ଅର୍ଥାତ୍ ମେ ୨୧ ତାରିଖ ଯାଏଁ ବଳବତ୍ତର ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହାପରେ କ୍ରମଶଃ ରାଜ୍ୟର ତାପମାତ୍ରା ହ୍ରାସ ପାଇବାରେ ଲାଗିବ ।

Leave A Reply

Your email address will not be published.