Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ
୧୯-୦୫-୨୦୧୯ ରବିବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର
[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୯ ରିଖ ରବିବାର ବୃଷ ୫ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର
ମେଷ ରାଶିର ଘାତ ବାର
ସିଂହ କନ୍ୟା ମକର ରାଶି ମହିଳାଙ୍କ ଘାତ ଚନ୍ଦ୍ର
ଆଜି: ପାଣି କଖାରୁ ଖାଇବା ନିଷେଧ

ମେଷ
ଆଜି ମାନସିକ ଉଦାସୀନତା ଯୋଗୁ କୌଣସି କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପନ୍ନ କରିପାରିବେ ନାହିଁ । କିନ୍ତୁ କୃତିକା ନକ୍ଷତ୍ର ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ପାଇପାରିବେ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳି ଲାଗିପାରେ। ନିଜର ଲୋକ ଅନ୍ୟର କୁହା କଥା ଶୁଣି ଦୂରେଇ ଯାଇପାରନ୍ତି।
ପ୍ରତିକାର:-ଘର ଦ୍ବାରର ଡାହଣ ପଟରେ ପୂର୍ଣ୍ଣ କଳସ ଟିଏ ରଖନ୍ତୁ

ବୃଷ
ଆଜି ଆପଣ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ। କଳା, ସାହିତ୍ୟ, ସଙ୍ଗୀତ, ସଭାସମିତି ଓ ଆନୁଷ୍ଠାନିକ କାମରୁ ସଫଳତା ହାସଲ କରିବେ। ମାଲିମକଦ୍ଦମା ତ୍ୱରାନ୍ବିତ ହେବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବାର ଆଶା ରହିଛି ।
ପ୍ରତିକାର:-ଶିବ ପଞ୍ଚାକ୍ଷରୀ ମନ୍ତ୍ରକୁ ପାଞ୍ଚ ଥର ପାଠ କରନ୍ତୁ

ମିଥୁନ
ଅନ୍ୟର ସାହାଯ୍ୟ ଆଜି ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ । ଆଜି ଫେରନ୍ତା ବାଟରେ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। ଆଲୋଚନା କ୍ଷେତ୍ରରେ କିମ୍ବା ରାଜନୈତିକ କ୍ଷେତ୍ରରେ ଅନ୍ୟର ମନଗଢା କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରନ୍ତି।
ପ୍ରତିକାର:-ଚନ୍ଦନ ତୁଳସୀ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ

କର୍କଟ
ଆଜି ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ଭିତରକୁ ଯିବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି,ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ। ନିର୍ମାଣ, ପ୍ରକାଶନ, ପ୍ରଶାସନ କ୍ଷେତ୍ରରେ ଉପୁଜିଥିବା ସମସ୍ୟା ସମାଧାନ ହୋଇଯିବ।
ପ୍ରତିକାର:-ରୁଟିରେ ଗୁଡ ମିଶାଇ ଗାଈକୁ ଖାଇ ବାକୁ ଦିଅନ୍ତୁ

ସିଂହ
ନିଜର କାର‌୍ୟ୍ୟଦକ୍ଷତା ଓ ଦୃଢ ମନୋବଳ ଆଜିର ପ୍ରତ୍ୟେକ କାମକୁ ସାକାର କରିପାରିବ। ଆଜିର ଯାତ୍ରାରେ ସହଜରେ ଅଭିଳଷିତ ଫଳ ପାଇବେ। ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିବେ। ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ କୈାଣସି ପ୍ରତିବନ୍ଧକ ରହିବ ନାହିଁ ।
ପ୍ରତିକାର:- ଓଁ ଦିବାକରାୟ ନମଃ ଏହି ମନ୍ତ୍ରକୁ ୨୧ଥର ଜପ କରନ୍ତୁ ଦୁଃଖ ଦୂର ହେବ ଶାନ୍ତି ମିଳିବ

କନ୍ୟା
ବନ୍ଧୁମାନଙ୍କ ସାହାଯ୍ୟ,ସହଯୋଗ ମାଧ୍ୟମରେ କାର‌୍ୟ୍ୟହାସଲ ସହ ଆର୍ଥିକ ସ୍ଥିତିକୁ ମଜ୍‌ବୁତ୍‌ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନାରେ ନିର‌୍ୟ୍ୟାସକୁ ସହଜ ଓ ସରଳ ଭାବରେ ଗ୍ରହଣ କରି ପାରିବେ ନାହିଁ। ପୁରାତନ ରୋଗର ପୀଡାର ପ୍ରାଦୁର୍ଭାବ ଜନିତ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହକର୍ମୀଙ୍କ କାର‌୍ୟ୍ୟକଳାପରେ ଅତିଷ୍ଠ ହୋଇପାରନ୍ତି।
ପ୍ରତିକାର:-ମା ପାର୍ବତୀଙ୍କୁ ସାତଟି ଲାଲ୍ ମନ୍ଦାର ଅର୍ପଣ କରନ୍ତୁ

ତୁଳା
ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଶିଳ୍ପ, ବ୍ୟବସାୟରେ ଅବଶ୍ୟ ଲାଭବାନ୍‌ ହେବେ। କଚେରି ମାମଲା, ଅସମ୍ପୂର୍ଣ୍ଣ କାମ, ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢିପାରେ।

ପ୍ରତିକାର:-ଧଳାରଙ୍ଗର ବସ୍ତ୍ର ପରିଧାନ କରନ୍ତୁ

ବିଛା
ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିବାରୁ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କ ଠାରୁ ପ୍ରତିଦାନ ପାଇବା ଦୁଲ୍ଲଭ ହୋଇପାରେ। ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି।
ପ୍ରତିକାର:-ହନୁମାନଙ୍କୁ ଦର୍ଶନ କରନ୍ତୁ

ଧନୁ
ପାରିବାରିକ କ୍ଷେତ୍ରରେ ମନମୁଖୀ ଶାସନ ଚଳାଇବାକୁ ନେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହା ସଙ୍ଗକୁ ଖର୍ଚ୍ଚଭାର ବୃଦ୍ଧି ପାଇବାକୁ ଥିବା ବିଷୟ ଆପଣଙ୍କ ସକାଶେ ଚିନ୍ତାର କାରଣ ହେବ। ଯାତ୍ରା, ବାଣିଜ୍ୟ, କୋଟ କଚେରୀ ମାମଲା ବିଷୟରେ ବନ୍ଧୁ ମାନଙ୍କ ସହ ଆଲୋଚନା କରିପାରନ୍ତି। ଭାବପ୍ରବଣତାରେ ଯୋଗୁ କୌଣସି ଭୁଲ୍‌ କରିପାରନ୍ତି।
ପ୍ରତିକାର:-ଛୋଟ ଛୋଟ ପିଲାମାନଙ୍କୁ ମିଷ୍ଟାନ୍ନ ବାଣ୍ଟନ୍ତୁ

ମକର
ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ। ଅର୍ଥ, ଜମିଜମା, ବିବାଦୀୟ ବିଷୟ ପ୍ରଭୃତିରେ ବନ୍ଧୁଙ୍କ ପରାମର୍ଶ ଗ୍ରହଣ କରିବା ଠିକ୍‌ ହେବ । ଶିକ୍ଷା, ପରୀକ୍ଷା, ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ। ନିର୍ମାଣାଧୀନ କାମ, ଦୂରଯାତ୍ରା, ଜମିଜମା ସମ୍ପର୍କୀୟ ଆଲୋଚନା ଅମୀଂମାସିତ ରହିଯିବ।
ପ୍ରତିକାର:-ସାତଟି ଚମ୍ପା ଫୁଲ ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ ଶିବ ଲିଙ୍ଗରେ ଚଢାନ୍ତୁ

କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା, ନିର୍ମାଣ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ। ଆନୁଷ୍ଠାନିକ କାମ,ସଭାସମିତି, ସାହିତ୍ୟ ଚର୍ଚ୍ଚା, ଚୁକ୍ତିପତ୍ର କ୍ଷେତ୍ରରେ ଅଶାନୁରୂପ ଫଳ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ଼ ରହିବ କିନ୍ତୁ ଋଣଭାର ଚିନ୍ତାରେ ମନ ଭାରାକ୍ରାନ୍ତ ରହିପାରେ।
ପ୍ରତିକାର:- ମା ଦକ୍ଷିଣ କାଳୀଙ୍କ ଉଦ୍ଦେଶ୍ୟରେ ରାଶି ତେଲର ଦୀପ ଟିଏ ଜାଳନ୍ତୁ

ମୀନ
ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ଯାତ୍ରା ସମୟରେ ନିଜ ଜିନିଷ ପ୍ରତି ସତର୍କ ରୁହନ୍ତୁ ନତୁବା ପରେ ଅନୁତାପ କରିବାକୁ ପଡିପାରେ। ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ ପିଲା ମାନଙ୍କୁ କେନ୍ଦ୍ରକରି ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ।
ପ୍ରତିକାର:- ଓଁ ନୃସିଂହାୟ ତମଃ ୧୧ ଥର ଜପ କରନ୍ତୁ

Leave A Reply

Your email address will not be published.