ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ପୋଲିସ ଅଧିକାରୀଙ୍କୁ ଦିଆଯିବାକୁ ଥିବା ପଦକ ସମ୍ପର୍କରେ ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନାମ ଘୋଷଣା କରାଯାଇଛି।
ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରୁ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ ଫୋର୍ସ (ସିଆରପିଏଫ୍) ଏବଂ ଅନ୍ୟ ସଙ୍ଗଠନରୁ ୨୧୫ ଜଣ କର୍ମୀ ଗାଲେଣ୍ଟାରୀ ପୋଲିସ ମେଡାଲ୍ ପାଇବେ ।
ସେହିପରି ଓଡିଶାରୁ ୨ ଜଣଙ୍କ ସମେତ ଦେଶର ୮୦ ଜଣ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ରାଷ୍ଟ୍ରପତି ପୋଲିସ ମେଡାଲ୍ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ରହିଛନ୍ତି ଅତିରିକ୍ତ ଡିଏସପି, ଭୁବନେଶ୍ୱର (ଭିଜିଲାନ୍ସ ଡିଭିଜନ୍) କେ ବେନୁଗୋପାଳ ଆଚାର୍ଯ୍ୟ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ କନଷ୍ଟେବଳ ବିରଞ୍ଚି ନାରାୟଣ ସାହୁ ।
ଆହୁରି ମଧ୍ୟ ଉତ୍କୃଷ୍ଟ ସେବା ପାଇଁ ୬୩୧ ଜଣ ପୋଲିସ କର୍ମୀ ସମ୍ମାନିତ ହେବେ । ଯାହାଙ୍କ ମଧ୍ୟରେ ଓଡିଶାରୁ ୧୨ ଜଣ ରହିଛନ୍ତି ।
ସ୍ୱାଧୀନତା ଦିବସ ଅବସରରେ କେଉଁ ରାଜ୍ୟର କର୍ମୀ ମାନେ ପାଇବେ ପଦକ, ଜାଣନ୍ତୁ…